ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତ ପୂର୍ବରୁ ସଞ୍ଜୟ କୁମାରଙ୍କୁ ଉଠାଇନେଲା ପୁଲିସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୮ ତାରିଖରେ ତେଲେଙ୍ଗାନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ ସିକନ୍ଦରାବାଦରୁ ତିରୁପତି ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିବେ । ହେଲେ ତେଲେଙ୍ଗାନାର କେସିଆର ସରକାର ମୋଦିଙ୍କ ଗସ୍ତକୁ ତୀବ୍ର ବିରୋଧ କରୁଛି । ତେଲାଙ୍ଗାନର କେସିଆର ସରକାର ମୋଦିଙ୍କ ଗସ୍ତକୁ ବିରୋଧ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ରାଜ୍ୟ ଭାଜପା ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ଉଠାଇ ନେଇଛି ପୁଲିସ୍ । ସଞ୍ଜୟ କୁମାର କରିମନଗରସ୍ଥିତ ନିଜ ବାସଭବନରେ ଥିବା ବେଳେ ପୁଲିସ୍ ଫୋର୍ସ ସେଠାରେ ପହଞ୍ଚିଥିଲା। ପୁଲିସ୍ ଜୋରଜବରଦସ୍ତ ସଞ୍ଜୟଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲା। ମାତ୍ର ଶତାଧିକ କାର୍ଯ୍ୟକର୍ତ୍ତା ଏହାକୁ ତୀବ୍ର ବିରୋଧ କରିଥିଲେ।
ଭାଜପା ଏହାକୁ ତୀବ୍ର ବିରୋଧ କରିବା ସହ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଦଳର ତେଲେଙ୍ଗାନା ମହାସଚିବ ପ୍ରେମେନ୍ଦ୍ର ରେଡ୍ଡୀ କହିଛନ୍ତି, ପୁଲିସ ବେଆଇନ ଭାବେ ବିଜେପି ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟ କୁମାରଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି। ରାଜ୍ୟ ସରକାରଙ୍କ ଏହି ବେଆଇନ ଗିରଫଦାରୀକୁ ସମଗ୍ର ରାଜ୍ୟରେ ତୀବ୍ର ବିରୋଧ କରାଯିବ ।
Powered by Froala Editor