ବନାରସୀ ପାନକୁ ଜିଆଇ ମାନ୍ୟତା
ବାରଣାସୀ: ବନାରସୀ ପାନ ଓ ଲଙ୍ଗଡ଼ା ଆମ୍ବକୁ ଜିଆଇ ମାନ୍ୟତା ମିଳିଛି । ଏହାବାଦ୍ ନିକଟସ୍ଥ ଚାଣ୍ଡୋଲି ଜିଲ୍ଲାର ଆଦାମଚିନି ଚାଉଳକୁ ମଧ୍ୟ ଜିଆଇ ମାନ୍ୟତା ମିଳିଛି । ଗତ ୩୧ରେ ମୋଟ ୩୩ଟି ସାମଗ୍ରୀକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ଉତ୍ତରପ୍ରଦେଶର ୧୦ଟି ସାମଗ୍ରୀ ରହିଛି । ଏହାକୁ ମିଶାଇ ଉତ୍ତରପ୍ରଦେଶର ମୋଟ ୪୫ଟି ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିଛି । ପାନ ଓ ଆମ୍ଭକୁ ଛାଡ଼ିଦେଲେ ରାମନଗର ବାଇଗଣକୁ ମଧ୍ୟ ଜିଆଇ ମାନ୍ୟତା ମିଳିଛି । ଜିଆଇ ମାନ୍ୟତା ପ୍ରଦାନ କ୍ଷେତ୍ରରେ ନାବାର୍ଡର ଲକ୍ଷେ୍ନø ଶାଖାର ଉଦ୍ୟମ ପ୍ରଶଂସନୀୟ ଥିଲା । ପୂର୍ବରୁ ବନାରସୀ ଶାଢ଼ି ସହ ଏକାଧିକ ସାମଗ୍ରୀକୁ ଜିଆଇ ମାନ୍ୟତା ମିଳି ସାରିଛି ।
Powered by Froala Editor