ହାତ ଗୋଡ଼ ନଥାଇ ବି ଚମକୁଛନ୍ତି ସୁରଜ
ଇଚ୍ଛା ଥିଲେ ମଣିଷ କ’ଣ ନ କରିପାରେ । ଉଦ୍ୟମ କରି କରି ସଫଳତାର ପାହାଚ ଚଢିଚାଲେ । ଯେତେ ବାଧାବିଘ୍ନ ଆସୁନା କାହିଁକି ସେସବୁ ହଟାଇ ଚାଲେ । ଯାହାର ଉଦାହରଣ ହେଉଛନ୍ତି ୨୩ ବର୍ଷୀୟ ବଡି ବିଲଡର ସୁରଜ ଗେୱାଲ ।
ପୁନେର ସୁରଜ ଗେୱାଲ ୨୦୧୬ ମସିହାରେ ବିଦ୍ୟୁତ୍ ଆଘାତର ଶିକାର ହୋଇ ଦୁଇ ଗୋଡ଼ ଓ ଗୋଟିଏ ହାତ ହରାଇଥିଲେ । ଏବେ ସେ ଅନେକ ବଡି-ବିଲ୍ଡିଂ ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ୩ଟି ଅଙ୍ଗ ହରାଇଥିଲେ ବି ସେ କେବେ ନିଜକୁ ଅକ୍ଷମ ବୋଲି ମାନିନାହାନ୍ତି । ସେ କୁହନ୍ତି, ଯେ ହାରିଗଲା ସେ ମରିଗଲା । ତେଣୁ ସେ ନିଜକୁ ଭିନ୍ନକ୍ଷମ ବୋଲି ପଅମାଣିତ କରି ନାହାନ୍ତି । ଯାହାକି ଆଜି ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛି ।
ନିଜର ଉନ୍ନତିର ଫଟୋ ଓ ଭିଡିଓ ସେ ନିୟମିତ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରନ୍ତି ।ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ସେ ୮୬.୩ ହଜାର ୟୁଜର୍ଙ୍କ ପାଇଁ ପ୍ରେରଣା ହୋଇଛନ୍ତି ।
Powered by Froala Editor