ମୋଦି ପୁଣି ନଂ ୧
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ପକାଇ ପୁଣି ପ୍ରଧାନମନ୍ତ୍ରୀ ମୋଦି ୧ନଂ ଲୋକପ୍ରିୟ ନେତା ହୋଇଛନ୍ତି। ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି। ମର୍ଣ୍ଣିଂ କନସଲ୍ଟର ରିପୋର୍ଟକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଶେୟାର କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ପ୍ରିୟ ଓ ପ୍ରଂଶନୀୟ ନେତା ହେବାର ଆଖ୍ୟା ପାଇଛନ୍ତି। ପୂର୍ବରୁ ମଧ୍ୟ ସଂସ୍ଥା ଦେଇଥିବା ରିପୋର୍ଟରେ ମୋଦି ହିଁ ୧ନଂ ସ୍ଥାନରେ ରହିଥିଲେ।
ତାଲିକାରେ ମୋଟ ୨୨ ଜଣ ନେତା ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପ୍ରୁଭାଲ ରେଟିଂ ପଏଣ୍ଟ ୭୬% ରହିଛି। ଦ୍ୱିତୀୟ ସ୍ଥାନରେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋର ଅଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୬୧% ରହିଛି। ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେସେ, ୪ର୍ଥରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଓ ୫ମ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଆଲାଇନ ବ୍ରେସେଟ ରହିଛନ୍ତି। ଶେଷ ରାଜନେତା ଜଣଙ୍କ ହେଲେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟେଓଲ। ତାଙ୍କ ଆପ୍ରୁଭାଲ ରେଟିଂ ୧୯% ରହିଛି।
Powered by Froala Editor