ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ
![ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ](https://odishanewslens.com/news_gallery/20525_1680198245.jpg)
ମୋବାଇଲ ଓ ସୋସିଆଲ ମିଡିଆ ନିଶା ଭୟଙ୍କର ହେବାରେ ଲାଗିଲାଣି । ଛୋଟ ଛୋଟ ପିଲା ବି ରିଲ୍ସ, ଲାଇକ, କମେଣ୍ଟ ପାଇଁ ପାଠପଢା ଭୁଲିଗଲେଣି । ଯାହାର କରୁଣ ପରିଣତି ଦେଖିବାକୁ ମିଳିଛି ତାମିଲନାଡୁରେ । ତାମିଲନାଡ଼ୁ ପେରିୟାକୁପ୍ପମର ପ୍ରତୀକ୍ଷା ନାମକ ୯ ବର୍ଷର ଝିଅକୁ ବାପା ପାଠ ପଢିବାକୁ ତାଗିଦ କରିଥିଲେ । ବାସ୍ ଏତିକିରେ ସେ ରାଗିଯାଇ ଚରମ ନିଷ୍ପତ୍ତି ନେଇଯାଇଛି । ବେକରେ ରଶି ଲଗାଇ ଝୁଲି ପଡ଼ିଛି ଝିଅ।
ପ୍ରତୀକ୍ଷା ଅଧିକାଂଶ ସମୟରେ ଇନଷ୍ଟାଗ୍ରାମ୍ରେ ରିଲ୍ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସେ ଇନଷ୍ଟା କୁଇନ୍ ଭାବେ ପରିଚିତ ଥିଲେ। ପ୍ରତୀକ୍ଷା ଗତକାଲି ନିଜ ସାଙ୍ଗମାନଙ୍କ ସହ ଘର ପାଖରେ ଖେଳୁଥିଲେ। ଏହାଦେଖି ବିରକ୍ତି ଭାବ ପ୍ରକାଶ କରି ଘରକୁ ଯାଇ ପାଠ ପଢ଼ିବାକୁ ତାଙ୍କ ବାପା କୃଷ୍ଣମୂର୍ତ୍ତି କହିଥିଲେ। ଏହାପରେ ପ୍ରତୀକ୍ଷା ଘରକୁ ଫେରିଥିଲେ। ଉକ୍ତ ସମୟରେ ପ୍ରତୀକ୍ଷା ଘରେ ଏକୁଟିଆ ଥିବା ବେଳେ ତାଙ୍କ ବାପା ଗାଡ଼ି ଧରି ବଜାର ଚାଲି ଯାଇଥିଲେ। କିଛି ସମୟ ପରେ କୃଷ୍ଣମୂର୍ତ୍ତି ଘରକୁ ଫେରି କବାଟ ବାଡ଼େଇଥିବା ବେଳେ ପ୍ରତୀକ୍ଷା କବାଟ ଖୋଲି ନ ଥିଲେ। ତାଙ୍କର ସନ୍ଦେହ ହେବାରୁ ଝରକାରେ ଦେଖିଥିଲେ । ଘରେ ଝିଅ ଏକ ଟାୱେଲକୁ ବେକରେ ଦେଇ ଝୁଲି ପଡ଼ିଥିବା ସେ ଦେଖିବାକୁ ପାଇଲେ। ପୁଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor