ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ମଧ୍ୟପ୍ରଦେଶ ଇନ୍ଦୋରର ରାଉରେ ଅବସ୍ଥିତ ୫ ମହଲା ବିଶିଷ୍ଟ ହୋଟେଲ ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ହୋଟେଲର ସମସ୍ତ ରୁମରେ ଧୁଆଁ ଭରି ଯାଇଯାଇଛି। ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୩ଟି ଦମକଳ ଗାଡି ଓ ୫ଟି ଟ୍ୟାଙ୍କର ପହଞ୍ଚିଥିଲା। ହୋଟେଲରେ ଧୁଆଁ ଭରି ଯାଇଥିବାରୁ ଉଦ୍ଧାରକାର୍ଯ୍ୟରେ ଅସୁବିଧା ପରିଲକ୍ଷିତ ହୋଇଛି।
ହୋଟେଲ କାଫେଟେରିଆରେ ପ୍ରଥମେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୫ ମହଲା ବିଶିଷ୍ଟ ଏହି ହୋଟେଲରେ ୬୦ଟି ରୁମ୍ ରହିଛି। ନିଆଁ ଲାଗିବା ଯୋଗୁଁ ହୋଟେଲର ଦୁଇଟି ମହଲା ଜଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହାକୁ ନେଇ ହୋଟେଲ ଭିତରେ ଆତଙ୍କ ଖେଳିଯାଇଛି।
ସୂଚନା ମୁତାବକ, ହୋଟେଲରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିଲେ। ଧୂଆଁ ହେତୁ ହୋଟେଲରେ ଥିବା ଜଣେ ମହିଳା ଯାତ୍ରୀ ଚେତାଶୂନ୍ୟ ହୋଇ ପଡ଼ିଥିବା ବେଳେ ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
Powered by Froala Editor