ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣିଲା ସ୍ବାମୀ
ମାଣତ୍ରୀ : ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧିନସ୍ଥ ଛେଳିଆ-ବି ଗ୍ରାମରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣିଲା ସ୍ବାମୀ । ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣା ଅନୁଯାୟୀ, ପ୍ରଶାନ୍ତ ବେହେରା ମାନସିକ ବିକାର ଗ୍ରସ୍ତ ହୋଇ ପ୍ରଥମେ ସ୍ତ୍ରୀ ମିନତୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣିଥିଲେ ଓ ପରେ ସ୍ଵକ୍ଷମୀ ପ୍ରଶାନ୍ତ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।
ଆହତ ସ୍ତ୍ରୀଙ୍କୁ ବଡ଼ସାହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସେହିପରି ମୃତ ପ୍ରଶାନ୍ତଙ୍କ ମୃତଦେହକୁ ବଡ଼ସାହି ପୁଲିସ ଜବତ କରି ଏକ ଅପମତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛି ।
Powered by Froala Editor