କେନ୍ଦୁଝର ବନଖଣ୍ଡରୁ ଧରାପଡ଼ିଲେ ୯ ଶିକାରୀ, ଧନୁତୀର ଜବତ

କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳର ଅଟଇ ଜଙ୍ଗଲ ରେ ମହାବଳ ବାଘ ବୁଲୁଛି ବୋଲି ବନବିଭାଗ ସ୍ପଷ୍ଟ କରିଛି । ବାଘର ଗତିିବିଧି ଜାଣିବାକୁ କ୍ୟାମେରା ଖଞ୍ଜା ହୋଇଛି । ହେଲେ ସେହି ଜଙ୍ଗଲରୁ ଏବେ ଧରାପଡିଛନ୍ତି ୯ ଶିକାରୀ । ଏମାନେ ବାଘ ଶିକାର କରିବାକୁ ଯାଇଥିଲେ ବୋଲି ଚର୍ଚ୍ଚା ହେଉଛି । ଧନୁ ତୀର ସହ ସେମାନଙ୍କୁ ଗିରଫ କରାଯାଇଛି।
ମଙ୍ଗଳବାର ବନବିଭାଗ ପାଟ୍ରୋଲିଂ କରୁଥିବାବେଳେ ଶିକାରୀଙ୍କୁ ଦେଖିଥିଲା । ଶିକାରୀମାନେ ଦୌଡି ପଳାଉଥିବାବେଳେ ୯ ଜଣଙ୍କୁ କାବୁ କରିଛି ବନବିଭାଗ । ଗିରଫମାନଙ୍କ ଭିତରେ ୩ ନାବାଳକ ଅଛନ୍ତି ବୋଲି ସୂଚନା ମିଳିଛି ।
ତେବେ ଏମାନେ କେଉଁ ଉଦ୍ଦେଶ୍ୟରେ ଏହି ଜଙ୍ଗଲରେ ବୁଲୁଥିଲେ ତା’ର ଖୋଳତାଡ କରୁଛି ବନ ବିଭାଗ। ଧନୁ ତୀରଗୁଡିକ ଜବତ କରାଯାଇଛି। ପୂର୍ବରୁ ଏହି ଜଙ୍ଗଲରେ ଅନେକ ଶିକାର ହେଉଥିଲା। ବନ ବିଭାଗ ସଜାଗ ହେବା ପରେ ଶିକାର କମିଛି।
Powered by Froala Editor