ରାଜନୀତି ଛାଡିଦେବେ କି ଗଡକାରୀ !
ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ରାଜନୀତିକୁ ଅଲବିଦା କହିବାକୁ ଚିନ୍ତା କରୁଥିବା କୁହାଯାଉଛି। ନିକଟରେ ସେ ଦେଇଥିବା ବୟାନରୁ ସ୍ପଷ୍ଟ ହେଉଛି। ରବିବାର ଗୋଟିଏ କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ଗଡକରୀ କହିଛନ୍ତି ଯେ ସେ ଦୁଇ ଥର ନିର୍ବାଚନ ଜିତିଥିଲେ ମଧ୍ୟ ସେ ଚାହାନ୍ତି ଯେ ଲୋକମାନଙ୍କୁ ପସନ୍ଦ ଆସିଲେ ହିଁ ସେମାନେ ତାଙ୍କୁ ଭୋଟ ଦିଅନ୍ତୁ। ସେ କହିଛନ୍ତି, “ଗୋଟିଏ ସୀମା ବାହାରେ ମୁଁ କେବେ ହେଲେ କାହାକୁ ଖୁସି କରିବା ପାଇଁ କିଛି କରିପାରିବି ନାହିଁ। ମୋ ସ୍ଥାନରେ ଯଦି ଆଉ କେହି ଆସିବେ, ତା’ହେଲେ କିଛି ଅସୁବିଧା ନାହିଁ। ”
ଗଡକରୀ ରାଜନୀତିରୁ ଅବସର ନେବାକୁ ଦେଇଥିବା ସଙ୍କେତ ବିଜେପି କର୍ମକର୍ତ୍ତା ସହଜରେ ଗ୍ରହଣ କରିପାରି ନାହାନ୍ତି। ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଗଡକରୀ ଯଦି ରାଜନୀତି ଛାଡ଼ି ଦେବେ, ତା’ହେଲେ ଏହା ସମଗ୍ର ମହାରାଷ୍ଟ୍ର ବିଶେଷ କରି ବିଦର୍ଭ ଅଞ୍ଚଳ ପାଇଁ ବଡ଼ କ୍ଷତି ହେବ।
ଅନ୍ୟପକ୍ଷରେ ଗଡକରୀ ଏ ବିଷୟରେ ବିସ୍ତୃତ ପ୍ରତିକ୍ରିୟା ଦେଇ ନଥିଲେ ମଧ୍ୟ ତାଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ଗଣମାଧ୍ୟମ ଭୁଲ ଭାବେ ଉପସ୍ଥାପନ କରିଛି। ଅଫିସ ପକ୍ଷରୁ କୁହାଯାଇଛି, “ସେ କେବଳ ଭୋଟ ପାଇଁ ପ୍ରିୟାପ୍ରୀତି ତୋଷଣ ରାଜନୀତି କରନ୍ତି ନାହିଁ । ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି।”
Powered by Froala Editor