ମାନହାନୀ ଅଭିଯୋଗ : ଏପ୍ରିଲ ୧୭ରେ କୋର୍ଟରେ ହାଜର ହେବେ ଆଦିତ୍ୟ ଠାକରେ ଓ ସଞ୍ଜୟ ରାଉତ
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାଙ୍କ ପୁଅ ଆଦିତ୍ୟ ଠାକରେ ଓ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ସମନ କରିଛନ୍ତି। ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ସାଂସଦ ରମେଶ ଶେୱାଲେ କରିଥିବା ମାନହାନୀ ଅଭିଯୋଗ ଉପରେ ସମସ୍ତଙ୍କୁ ଏପ୍ରିଲ ୧୭ରେ ହାଜର ହେବାକୁ କୁହାଯାଇଛି।
ସଞ୍ଜୟ ରାଉତ ଓ ଅନ୍ୟନେତାମାନେ ଦାବି କରିଥିଲେ ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ତାଙ୍କୁ ସମର୍ଥନ କରୁଥିବା ନେତାମାନେ ୨ ହଜାର କୋଟି ଟଙ୍କା ଦେଇ ଶିବସେନାର ଦଳୀୟ ଚିହ୍ନ ଧନୁ ଓ ତୀର କିଣିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ରମେଶ ଶେୱାଲେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହା ଏକ ରାଜନୀତିକ ପ୍ରସଙ୍ଗ ହୋଇଥିବାରୁ ଠାକେର ଗୋଷ୍ଠୀଙ୍କ ପକ୍ଷ ନ ଶୁଣିବା ଯାଏ କୋର୍ଟ କୌଣସି ପ୍ରକାରର ନିର୍ଦ୍ଦେଶ ଜାରି କରିପାରିବେ ନାହିଁ ବୋଲି କହିଥିଲେ। ଏଥିପାଇଁ ଉଦ୍ଧବ, ଆଦିତ୍ୟ ଓ ସଞ୍ଜୟ ରାଉତଙ୍କୁ କୋର୍ଟ ସମନ କରିଛନ୍ତି।
Powered by Froala Editor