ତିନିଟା ପର୍ଯ୍ୟନ୍ତ କାକଟପୁର ମା’ ମଙ୍ଗଳାଙ୍କ ଦର୍ଶନ ବନ୍ଦ

କାକଟପୁର: ଆଜି ହେଉଛି ଚୈତ୍ରମାସର ତୃତୀୟ ମଙ୍ଗଳବାର। କାକଟପୁର ବାସିନୀ ମା ମଙ୍ଗଳାଙ୍କ ତୃତୀୟ ପାଳି ଝାମୁଯାତ୍ରା। ଏହାସହିତ ବାସନ୍ତିକ ଦୁର୍ଗାପୂଜାର ସପ୍ତମୀ ପୂଜା। ଏଥିପାଇଁ ମାଆଙ୍କ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା। ବାସନ୍ତିକ ଦୁର୍ଗାପୂଜାର ସପ୍ତମୀ ପୂଜା ଯୋଗୁଁ ସକାଳ ଆଠଟାଠାରୁ ଦିନ ତିନିଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।
ଖବର ଅନୁଯାୟୀ, ଚୈତ୍ର ମାସ ତୃତୀୟ ମଙ୍ଗଳବାର ଅବସରରେ ମା’ ମଙ୍ଗଳାଙ୍କ ବାସନ୍ତୀ ପୂଜା ହେବ । ସପ୍ତମୀ, ଅଷ୍ଟମୀ, ନବମୀ ତୀଥିରେ ମା’ଙ୍କ ସ୍ବତନ୍ତ୍ର ନୀତିକାନ୍ତି ହେବ । ମା’ଙ୍କୁ ସିଂହବାହିନୀ , କାତିକର୍ପର ଓ ମହିଷାମଦିନୀ ବେଶରେ ସୁସଜ୍ଜିତ କରାଯାଇଥାଏ । ତେଣୁ ମଙ୍ଗଳବାର ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମନ୍ଦିରର ସିଂହଦ୍ଵାର ବନ୍ଦ ରହିବ ।
Powered by Froala Editor