ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ଜବାନଙ୍କ ଆତ୍ମହତ୍ୟା
ପଦ୍ମପୁର: ଆତ୍ମହତ୍ୟା କରିଛନ୍ତି ସିଆରପିଏଫ ଜବାନ । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ଜବାନ ପ୍ରଶନ୍ନଜିତ ପାଳ ଆତ୍ମହତ୍ୟା କରିଛନ୍ତି । ପ୍ରଶନ୍ନଜିତ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରେ ନିଜେ ଗୁଲିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସିଆରପିଏଫ ଜବାନ ଜଣକଙ୍କ ଡ୍ୟୁଟି ରାତି ୧୦ ଟା ରୁ ୧୨ଟା ପର୍ଯ୍ୟନ୍ତ ସୁରକ୍ଷା ଟାୱାର ଉପରେ ରହିଥିଲା । ମୃତ ଜବାନ ଜଣକ ପଶ୍ଚିମବଙ୍ଗର ସ୍ଥାୟୀ ବାସିନ୍ଦା ବୋଲି ଜଣାପଡିଛି । କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ ।
Powered by Froala Editor