ଛତ୍ରପୁର ବିକାଶ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ: ରବିବାର କବିସୂର୍ୟ୍ୟନଗର ଏବଂ ହିଞ୍ଜିଳିକାଟୁ ପରେ ଛତ୍ରପୁର ସଭାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ମା ତାରାତାରିଣୀଙ୍କୁ ସ୍ମରଣ କରି ଆରମ୍ଭ କରିଥିଲେ ଭାଷଣ । କହିଥିଲେ ଛତ୍ରପୁର ଆସି ମୁଁ ବହୁତ ଖୁସି । ଛତ୍ରପୁର ବିକାଶ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଭିନ୍ନ ପ୍ରକଳ୍ପ କାର୍ୟ୍ୟ କରିବା ପାଇଁ ମଞ୍ଚରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଗଞ୍ଜାମ ଜିଲ୍ଲାର ୨୦ ହଜାର ବ୍ୟକ୍ତିଙ୍କୁ ଜମି ପଟ୍ଟା ମିଳିଛି । ଦୀର୍ଘ ଦିନ ଧରି ଜାରି ରହିଥିବା ସମସ୍ୟାରେ ପୂର୍ଣ୍ଣଛେଦ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ମହିଳା ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବିନା ସୁଦ୍ଧରେ ଋଣ ଯୋଗାଇଦେବାକୁ ଘୋଷଣା କରିଛନ୍ତି । ମାଆ ମାନଙ୍କୁ ରାଜ୍ୟରେ ଶସକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଆହ୍ୱାନ । ଚାଷୀ ଭାଇ ମାନଙ୍କୁ ବିନା ସୁଦ୍ଧରେ ଏକ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟବାସୀ ହେଉଛନ୍ତି ଉପକୃତ । ୫ଟି ମାଧ୍ୟମରେ ହଜାର ହଜାର ବିଦ୍ୟାଳୟର ରୂପାନ୍ତରିକରଣ କାର୍ୟ୍ୟ ଆଗେଇ ଚାଲିଛି । ଆଗକୁ ମଧ୍ୟ ସମଗ୍ର ଜିଲ୍ଲାରେ ବିଦ୍ୟାଳୟ ନୂଆ ରୂପ ପାଇବ । ମୁଖ୍ୟମନ୍ତ୍ରୀ ଛତ୍ରପୁରକୁ ଆସିଥିବାରୁ ଛତ୍ରପୁରବାସୀ ବେସ ଆନନ୍ଦ ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ବର୍ଷା କରିଥିଲେ ।
Powered by Froala Editor