ଯାତ୍ରୀବାହୀ ନାଇଟ ଏକ୍ସପ୍ରେସ ବସ୍ ଦୁର୍ଘଟଣାଗସ୍ତ, ୨ ମୃତ
ରାଉରକେଲା: ରାଉରକେଲା ଚାନ୍ଦିପୋଷରେ ଯାତ୍ରୀବାହୀ ନାଇଟ ଏକ୍ସପ୍ରେସ ବସ୍ ଦୁର୍ଘଟଣାଗସ୍ତ। ମର୍ମନ୍ତୁଦଦୁର୍ଘଟଣାରେ ଦୁଇ ମୃତ, ୫ଗୁରୁତର ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ ସୋମବାର ଭୋର୍ରୁ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ପ୍ରଭା ନାମକ ଘରୋଇ ଯାତ୍ରୀବାହୀ ବସ୍ଟି ଦୁର୍ଘଟଣାଗସ୍ତ ହୋଇଛି । ଜାତୀୟ ରାଜପଥରେ ଛିଡା ହୋଇଥିବା ହାଇୱ।କୁ ଯାତ୍ରୀବାହୀ ବସ୍ଟି ପିଟିଥିଲା। ଘଟଣା ସ୍ଥଳରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ବସ୍ ମାଲିକ ସତ୍ୟବ୍ରତ ନାୟକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।
Powered by Froala Editor