ପ୍ରେମିକା ଥିଲା ବାଥ୍ରୁମରେ, ଓଢଣୀରେ ଝୁଲି ପଡ଼ିଲେ ପ୍ରେମିକ

ଭୁବନେଶ୍ବରରେ ଓୟୋ ହୋଟେଲରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଦୁର୍ଗାପ୍ରସାଦ ମିଶ୍ର । ଖଣ୍ଡଗିରି ଜାଗମରା ସ୍ଥିତ ଏକ ହୋଟେଲରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହୋଟେଲରେ ତାଙ୍କ ସହିତ ଉପସ୍ଥିତ ଥିବା ସାଙ୍ଗମାନେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ତାଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ଜନ୍ମଦିନରେ ଭୋଜି ପାଇଁ ଡାକି ଯୁବକଙ୍କ ବାନ୍ଧବୀ ଓ ଦୁଇ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ମୃତ ଯୁବକଙ୍କ ଭଉଣୀ ଓ ଭିଣୋଇ ।
ଯୁବକଙ୍କ ଘର ନିଆଳି ଜଲାରପୁର ଗାଁରେ ବୋଲି ଜଣାପଡ଼ିଛି । ଭୁବନେଶ୍ବରରେ ଏକ ଠିକାଦାରଙ୍କ ପାଖରେ ଚାକିରି କରୁଥିଲେ ଦୁର୍ଗା ପ୍ରସାଦ । ଗତକାଲି ଦୁର୍ଗା ପ୍ରସାଦ ମିଶ୍ରଙ୍କ ଜଣେ ବନ୍ଧୁଙ୍କର ଜନ୍ମଦିନ ଥିଲା। ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଅଞ୍ଚଳରେ ଏକ ଓୟୋ ହୋଟେଲ୍ରେ ଏଥିପାଇଁ ଏକ ପାର୍ଟିର ଆୟୋଜନ ହୋଇଥିଲା। ଏଥିରେ ଦୁର୍ଗାଙ୍କ ପ୍ରେମିକା ଓ ଅନ୍ୟ ଦୁଇ ଜଣ ବନ୍ଧୁ ଯୋଗ ଦେଇଥିଲେ। ଭୋଜିରେ ମୃତ ଦୁର୍ଗାପ୍ରସାଦ ଓ ତାଙ୍କ ବାନ୍ଧବୀଙ୍କ ସହ ୨ ବନ୍ଧୁ ଉପସ୍ଥିତ ଥିଲେ । ଗତକାଲି ରାତି ପ୍ରାୟ ୨ଟା ସମୟରେ ବୋଉଙ୍କୁ କଲ କରିଥିଲେ ଦୁର୍ଗାପ୍ରସାଦ । ଦୁର୍ଗାଙ୍କ ପ୍ରେମିକା ଏହି କଲ୍ କରିଥିଲେ। ସେ ଦୁର୍ଗାଙ୍କ ମୃତ୍ୟୁ ଖବର ତାଙ୍କ ମା’ଙ୍କୁ ଦେଇଥିଲେ।
ଦୁର୍ଗାଙ୍କ ଜଣେ ବନ୍ଧୁ କହିଛନ୍ତି ଯେ ସେମାନେ ବିଅର ପିଉଥିଲେ। ଦୁର୍ଗାଙ୍କୁ ବିଅର ନ ଦେବାରୁ ସେ ରାଗି ରୁମ୍କୁ ଚାଲି ଯାଇଥିଲେ ଓ ଆତ୍ମହତ୍ୟା କରିଥିଲେ। ଅନ୍ୟପକ୍ଷରେ ଦୁର୍ଗାଙ୍କ ପ୍ରେମିକାଙ୍କ କହିବା ଅନୁଯାୟୀ ସେ ୱାଶ୍ ରୁମ୍ ଯାଇଥିବା ବେଳେ ତାଙ୍କ ଓଢ଼ଣୀରେ ଦୁର୍ଗା ଝୁଲି ପଡ଼ିଥିଲେ। ସେ ୱାଶ୍ରୁ ଫେରିଲା ବେଳକୁ ଦୁର୍ଗା ଝୁଲି ସାରିଥିଲେ।
Powered by Froala Editor