କବିସୂର୍ୟ୍ୟନଗର ସମାବେଶରେ ଜୟ ମା’ ତାରାତାରିଣୀ କହି ଉଦବୋଧନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କବିସୂର୍ୟ୍ୟନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି କବିସୂର୍ୟ୍ୟନଗରରେ ପହଞ୍ଚି ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ହେବ ଉଦ୍ୟମ ବୋଲି ତାଙ୍କର ଭାଷଣରେ କହିଛନ୍ତି। ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ୟ୍ୟନଗର ସମାବେଶରେ ଏପରି ଆହ୍ୱାନ ଦେଇଛନ୍ତି। କବିସୂର୍ୟ୍ୟନଗର ସଭାରେ ଜୟ ମା’ ତାରାତାରିଣୀ କହି ଉଦବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଗଞ୍ଜାମ କଳା ଓ ସଂସ୍କୃତି ଭୂମି । ଏହା ହେଉଛି ସ୍ୱାଧିନତା ସଂଗ୍ରାମର ଭୂମି । ଏହି ମାଟିକୁ ମୋର ପ୍ରଣାମ । କବି ସମ୍ରାଟ ଉପନ୍ଦ୍ରେ ଭଞ୍ଜ । କବିସୂର୍ୟ୍ୟ ବଳଦେବ ରଥଙ୍କୁ ମୋର ପ୍ରଣାମ । ଆଜି ଏହି ମାଟିକୁ ଆସି ମୁଁ ବୁହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଗଞ୍ଜାମରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହେଲା । ଆଜି କବିସୂର୍ୟ୍ୟନଗରରେ ୩୧୬ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହେଲା । ମୁଁ ବହୁତ ଖୁସି ଯେ ଆଜି ଗଞ୍ଜାମର ୨୦ ହଜାର ଭାଇ ଭଉଣୀ ପଟ୍ଟା ପାଇଲେ । କେବଳ ଏହି ଅଞ୍ଚଳରେ ୧୧ ହଜାରରୁ ଅଧିକ ପଟ୍ଟା ପାଇଲେ । ଏହା ଜିଲ୍ଲାର ସବୁଠାରୁ ଅଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବିନା ସୁଧରେ ୨୮୦କୋଟିର ରୁଣ ପ୍ରଦାନ କରିବା କଥା ବି ଘୋଷଣା କରିଛନ୍ତି ନବୀନ। ଏହାବ୍ୟତୀତ ସେ ଗ୍ରାମକଣ୍ଠ ଘରଡିହ ପଟ୍ଟା ମଧ୍ୟ ବାଂଟିଛନ୍ତି। କବିସୂର୍ୟ୍ୟନଗର ପରେ ହିଞ୍ଜିଳି ଏବଂ ଶେଷ କାର୍ୟ୍ୟକ୍ରମ ଛତ୍ରପୁର ରହିଛି। ଜିଲ୍ଲାରେ ୧ ହଜାର ୯୫୨ କୋଟି ୮୯ ଲକ୍ଷ ଟଙ୍କାର ୮୨୫ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମ ରହିଛି । ୨୨ ହଜାର ୨ ଶହ ସ୍ୱୟଂ ସହାୟକ ଗୋଷ୍ଠୀର ୨ କୋଟି ୨୪ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୬୧୯ କୋଟି ଟଙ୍କାର ବିନା ସୁଧରେ ଋଣ ଓ ସହାୟତା ପ୍ରଦାନ କରିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି । ଏହା ସହ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ବଂଟନ କରିବେ ମୁଖ୍ୟମନ୍ତ୍ରୀ ।
Powered by Froala Editor