ଚକ୍ମା ଦେଲା ମହାବଳ : ପୁଣି ଫେରିଲା, ୪ ମଇଁଷିଙ୍କୁ ଝୁଣି ମାରିଲା
ମାସେ ପୁଣି ପୁଣି କେନ୍ଦୁଝର ରେଞ୍ଜକୁ ଫେରିଛି ମହାବଳ ବାଘ । ୪ଟି ମଇଁଷିକୁ ଝୁଣି ମାରିଛି । ଗୋଟାକୁ ପୂରା ଖାଇ ଦେଇଛି । ଏଭଳି ଘଟଣା ସାମନାକୁ ଆସିବା ପରେ ନିକଟ ଗାଁ ଗୁଡିକରେ ଭୟର ବାତାବରଣ ଖେଳିଯାଇଛି ।
ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲର ବାଇଗଣପଶି ସାଉଥ ବିଟ୍ ବଡ଼ଜାମପଶି ଜଙ୍ଗଲରେ ମହାବଳ ବାଘ ଥିବା ସୂଚନା ମିଳିଛି । ଏହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ୨୦ଟି ମଇଁଷି ଜଙ୍ଗଲକୁ ଚରିବାକୁ ଯାଇଥିଲେ । ମହାବଳ ବାଘ ମଇଁଷିଙ୍କୁ ଆକ୍ରମଣ କରିଥିଲା । ଫଳରେ ୪ ମଇଁଷି ପ୍ରାଣ ହରାଇବା ସହିତ ୩ଟି ମଇଁଷି ଆହତ ଅବସ୍ଥାରେ ଫେରିଥିଲେ । ୪ ମୃତ୍ୟୁବରଣ କରିଥିବା ମଇଁଷି ମଧ୍ୟରୁ ଗୋଟିଏ ମଇଁଷକୁ ମହାବଳ ପୁରା ଖାଇ ଦେଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ୰ାତଙ୍କ ଖେଳି ଯାଇଛି ।
ଗତମାସ ଠିକ୍ ଏହି ସମୟରେ ବାଘ ବାଇଗଣପଶି ବିଟ୍ରେ ନିଜର ପ୍ରଭାବ ଜାହିର କରିଥିବା ବେଳେ ବାଘକୁ ଜଗିବା ପଇଁ ବନବିଭାଗ ପକ୍ଷରୁ ୫୫ରୁ ଅଧିକ କ୍ୟାମେରା ଖଞ୍ଜା ଯାଇଛି । ତେବେ କ୍ୟାମେରାରେ ବାଘ ଧରାପଡିନି । ଅଟେଇ ଜଙ୍ଗଲରେ ମହାବଳ ଚଳପ୍ରଚଳ କରୁଥିବା ଯୋଗୁ ଜଙ୍ଗଲକୁ ଯିବା ଉପରେ କଟକଣା କରାଯାଇଛି ।
Powered by Froala Editor