ଗନ୍ଧମାର୍ଦ୍ଦନ ପର୍ବତକୁ ଜୈବବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା
ଭୁବନେଶ୍ବର : ଗନ୍ଧମାର୍ଦ୍ଦନ ପର୍ବତକୁ ଜୈବବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା ପ୍ରଦାନ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ହୋଇଛି। କିଛି ମାସ ତଳେ ଓଡ଼ିଶା ଜୈବବିବିଧତା ବୋର୍ଡ ପକ୍ଷରୁ ଏହାକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ପ୍ରଦାନ ଲାଗି ଜଙ୍ଗଲ ଓ ପରିବେଶ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏବେ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଥିବା ଏହି ଐତିହ୍ୟ ପାହାଡ଼ରେ ପ୍ରଚୁର ପରିମାଣର ଔଷଧୀୟ ବୃକ୍ଷ ସହ ମୂଲ୍ୟବାନ ପ୍ରାକୃତିକ ପଦାର୍ଥ ଉପଲବ୍ଧ ଅଛି। ଏଥିରେ ୧୦୫୫ପ୍ରଜାତିର ବୃକ୍ଷଲତା ରହିଛି। ସେଥିମଧ୍ୟରେ ୮୪୯ ପ୍ରକାର ଫୁଲ, ବୁଦା, ଗୁଳ୍ମ, ଲତା ଜାତୀୟ ଉଦ୍ଭିଦ ସମେତ ପ୍ରାୟ ୩୦୦ପ୍ରକାର ଔଷଧୀୟ ଗଛ ରହିଛି। ୫୦୦ ପ୍ରକାର ପ୍ରାଣୀଙ୍କ ମଧ୍ୟରେ ୪୩ ପ୍ରକାରର ସ୍ତନ୍ୟପାୟୀ, ୧୬୧ ପ୍ରକାର ପକ୍ଷୀ, ୪୪ ପ୍ରକାର ସରୀସୃପ, ୧୧୮ ପ୍ରକାରର ପ୍ରଜାପତି, ୮୩ ପ୍ରକାର ବୁଢ଼ିଆଣୀ ଓ ୧୮ପ୍ରକାର ବିଲୁପ୍ତ ପ୍ରଜାତିର ପ୍ରାଣୀ ଅଛନ୍ତି।
Powered by Froala Editor