ଭାରତୀୟ ବୈଜ୍ଞାନିକ ତିଆରି କଲେ ସ୍ୱତନ୍ତ୍ର ଡିଭାଇସ, ଭୂକମ୍ପର ୪୫ ସେକେଣ୍ଡ ପୂର୍ବରୁ ଦେବ ସୂଚନା
ତୁର୍କୀ ଓ ସିରିଆରେ ଭୟଙ୍କର ଭୂକମ୍ପ ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ଚାଲିଗଲା । ଭାରତର ମଧ୍ୟ ଅନେକ ରାଜ୍ୟ ଭୂକମ୍ପ ରାଡାରରେ ରହୁଛି । ସେଥିରୁ ଉତ୍ତରାଖଣ୍ଡ ପ୍ରଥମରେ ରହୁଛି । କେବଳ ଉତ୍ତରାଖଣ୍ଡ ନୁହେଁ ଅନେକ ରାଜ୍ୟ ଭୂକମ୍ପ ଝଟକାରୁ ବର୍ତ୍ତି ପାରିବନି ବୋଲି ଆକଳନ କରାଯାଉଛି । ହେଲେ ଏବେ ଭାରତୀୟ ବୈଜ୍ଞାନିକମାନେ ଏମିତି ଏକ ଡିଭାଇସ ତିଆରି କରିଛନ୍ତି ଯାହାକି ଭୂକମ୍ପ ପୂର୍ବରୁ ଆଲର୍ଟ କରିଦେବ । ଭାରତୀୟ ବୈଜ୍ଞାନିକମାନେ ଏକ ଆର୍ଥୱେକ୍ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ ବିକଶିତ କରିଛନ୍ତି। ଏହି ସିଷ୍ଟମ ଭୂକମ୍ପ ଆସିବାର ପାଖାପାଖି ୪୫ ସେକେଣ୍ଡ ପୂର୍ବରୁ ମୋବାଇଲ ଦ୍ୱାରା ଆଲର୍ଟ ଜାରି କରିଥାଏ । ଗତ ୪ ମାସରେ ୩ଥର ଏହି ସିଷ୍ଟମ ସଫଳ ୱାର୍ଣ୍ଣିଂ ଦେଇ ସାରିଛି।
ଆଇଆଇଟି ରୁଡକି ଦ୍ୱାରା ବିକଶିତ କରାଯାଇ ଥିବା ଏହି ସିଷ୍ଟମ ଭୂକମ୍ପ ଆସିବାର ପାଖାପାଖି ୪୫ ସେକେଣ୍ଡ ପୂର୍ବରୁ ଆଲର୍ଟ ଜାରି କରିଥାଏ , ଯେଉଁଥିରେ ଲୋକେ ସାବଧାନ ହୋଇଯାନ୍ତି । ଏହି ଆଡଭାନ୍ସ ସିଷ୍ଟମକୁ ଇଣ୍ଡିୟନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ରୁଡକି ବିକଶିତ କରିଛି ଯାହା ସେସ୍ମିକ ସେନ୍ସର ଟେକନିକ ଉପରେ ଆଧାରିତ ।
ଏହି ସିଷ୍ଟମରେ ଉତ୍ତରାଖଣ୍ଡରୁ ନେଇ ନେପାଳ ସୀମା ପର୍ଯ୍ୟନ୍ତ ୧୭୦ ସେନ୍ସର ଲଗାଯାଇଛି। ଗତ ବର୍ଷ ନଭେମ୍ୱରରୁ ଏବେସୁଦ୍ଧା ୩ଥର ଏହି ସିଷ୍ଟମ ଭୂକମ୍ପ ଆସିବାର ପାଖାପାଖି ୪୫ ସେକେଣ୍ଡ ପୂର୍ବରୁ ସଫଳ ୱାର୍ଣ୍ଣିଂ ଦେଇ ସାରିଛି ।
Powered by Froala Editor