ତ୍ରିପୁରା-ନାଗାଲାଣ୍ଡରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ଉତ୍ତରପୂର୍ବାଞ୍ଚଳ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ହୋଥିବା ବିଧାନସଭା ନିର୍ବାଚନର ଫଳାଫଳ ଲାଗି ଗଣତି ଆରମ୍ଭ ହୋଇଛି। ଭୋଟ୍ଗୁଡ଼ିକର ଗଣନା ଆଜି ସକାଳ ୮ଟା ବେଳେ ଆରମ୍ଭ ହୋଇଛି। ତେବେ ମିଳିଥିବା ଶେଷ ସୂଚନା ଅନିଯାୟୀ, ତ୍ରିପୁରା-ନାଗାଲାଣ୍ଡରେ ବିଜେପି ଆଗୁଆ ରହିଛି। ଟ୍ରେଣ୍ଡ ଅନୁଯାୟୀ ତ୍ରିପୁରାରେ ବିଜେପି ମ୍ୟାଜିକ୍ ନମ୍ବର ଅତିକ୍ରମ କରିଛି। ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ୩୫ଟିରେ ଆଗୁଆ ଥିବା ବେଳେ ବାମପନ୍ଥୀ ମେଣ୍ଟ- କଂଗ୍ରେସ ୧୮ଟି, ତ୍ରିପା ଦଳ ୭ଟି ଆଗୁଆ ଅଛି। ସେହିପରି ନାଗାଲାଣ୍ଡରେ ୬୦ ଆସନରୁ ବିଜେପି ମେଣ୍ଟ ଏନଡିପିପି ୪୭, ଏନପିଏଫ ୬, କଂଗ୍ରେସ ଗୋଟିଏ ଏବଂ ଅନ୍ୟାନ୍ୟ ଦଳ ୬ଟିରେ ଆଗୁଆ ଅଛନ୍ତି। ସେହିପରି ମେଘାଳୟରେ ୬୦ ଆସନ ବିଶିଷ୍ଟ ବିଧାନସଭା ଆସନରୁ ଏନପିପି ୨୩, ଟିଏମସି ୧୧, ବିଜେପି ୧୦ , କଂଗ୍ରେସ ୪ ଏବଂ ଅନ୍ୟାନ୍ୟ ୫ଟିରେ ଆଗୁଆ ଅଛନ୍ତି। ମେଘାଳୟର ସବୁଠାରୁ ବଡ ଦଳ ଭାବରେ ଏନପିପି ଉଭା ହେଉଛି। ବିଜେପି ଏଠାରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହେଉଥିବା ଜଣାପଡ଼ିଛି।
ନାଗାଲାଣ୍ଡରେ ବିଜେପି ଜିତୁଥିବା ଜଣାପଡିଛି। ଟ୍ରେଣ୍ଡରେ, ଏଠାରେ ବିଜେପି ମିଳିତ ମେଣ୍ଟର ଆଗୁଆ ଆସନ ସଂଖ୍ୟା ୫୧ରେ ପହଞ୍ଚିଛି। ସୂଚନାଯୋଗ୍ୟ, ତ୍ରିପୁରାରେ ୮୭.୭୬%, ନାଗାଲାଣ୍ଡରେ ୮୫.୯୦% ଏବଂ ମେଘାଳୟରେ ୮୫.୨୭% ମତଦାନ ରେକର୍ଡ କରାଯାଇଛି।
Powered by Froala Editor