ପରିଣତ ବୟସରେ ଏଭରେଷ୍ଟ ପର୍ବତରେ ପ୍ରକୃତିକୁ ଉପଭୋଗ କଲେ ବୃଦ୍ଧ ଦମ୍ପତି

ମହାରାଷ୍ଟ୍ରର ଏକ ବୃଦ୍ଧ ଦମ୍ପତିଙ୍କର ପରିଣତ ବୟସରେ ପୃଥିବୀର ଉଚ୍ଚତମ ଗିରିଶୃଙ୍ଗ ଏଭରେଷ୍ଟ ଶିଖରକୁ ଅତି ନିକଟରୁ ଦେଖିବା ଖବର ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହେଉଛି । ଆଣ୍ଡି ଥାପାଙ୍କ ଦ୍ୱାରା ଇନ୍ଷ୍ଟାରେ ଛଡ଼ାଯାଇଥିବା ଏ ସଂକ୍ରାନ୍ତ ଏକ ଭିଡ଼ିଓ କ୍ଳିପିଂରେ ଏକ ବୃଦ୍ଧା ଦମ୍ପତି ଏଭରେଷ୍ଟ ପର୍ବତରେ ପ୍ରକୃତିକୁ ଉପଭୋଗ କରୁଥିବା ଦେଖାଯାଇଛି । ବୃଦ୍ଧ ଜଣକ ଏକ ବାଡ଼ି ଧରି ଚାଲୁଥିବା ବେଳେ ଉଭୟ ଦମ୍ପତି ଏଭଳି ଜଣାପଡ଼ୁଛନ୍ତି ଯେପରି ସେମାନଙ୍କର ଦୁଲର୍ଭ ସ୍ୱପ୍ନ ବାସ୍ତବ ରୂପ ନେଇଛି । ବରଫରେ ଆଛାଦିତ ପର୍ବତ ଶିଖରରେ ଶୋଭା ଏହି ଦମ୍ପତି ଏବଂ ଦର୍ଶକ ମାନଙ୍କୁ ମଧ୍ୟ ଅଭିଭୂତ କରିପାଉଛି । ଭିଡ଼ିଓ ପ୍ରେରଣକାରୀ ଥାପାଙ୍କ କହିବା ମୁତାବକ ଏହି ଅଶୀତିପର ଦମ୍ପତିଙ୍କୁ ସମୁଦ୍ର ପତନରୁ ୧୭,୦୦୦ ଫୁଟ ଉପରେ ପହଂଚାଇବା ଏକ କଷ୍ଟ ସାଧ୍ୟ ବ୍ୟାପାର ଥିଲା । କାରଣ ସେଠାରେ ଅମ୍ଳଜାନ ସ୍ତର ଅତି ପତଳା । ମାତ୍ର ଉକ୍ତ ୮୬ ବର୍ଷୀୟ ବୃଦ୍ଧଙ୍କୁ ତାଙ୍କ ପତ୍ନୀ ଅନବରତ ଉତ୍ସାହିତ କରି ଚାଲିଥିଲେ । ଏବଂ ଶେଷରେ ସେମାନଙ୍କ ସ୍ୱପ୍ନ ସାକାର ହୋଇପାରିଛି ।ା
Powered by Froala Editor