ହଲଦ୍ୱାନିରୁ ଜବରଦଖଲ ଉଚ୍ଛେଦ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଡେରାଡୁନ : ଉତ୍ତରାଖଣ୍ଡର ହଲଦ୍ୱାନିରେ ଥିବା ରେଲୱେ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ଗୁରୁବାର ରୋକ ଲଗାଇଛନ୍ତି । ସେଠାକାର ବହୁସଂଖ୍ୟାରେ ଲୋକେ ଦାର୍ଘଦିନ ହେଲା ରହିଆସୁଛନ୍ତି । ରାତାରାତୁ ୫୦ ହଜାର ଲୋକଙ୍କୁ ସେଠାରୁ ହଟାଯାଇପାରିବ ନାହିଁ । ପ୍ରଥମେ ସେମାନଙ୍କୁ ଥଇଥାନ କରାଇବା ବୋଲି ସର୍ବୋଚ୍ଚ ନ୍ୟାଳୟ କହିଛନ୍ତି । ଏଥିସହ ସେଠାରେ କୌଣସି ପ୍ରକାର ନିର୍ମାଣ କିମ୍ବା ସେଠାରେ କୌଣସି ବିକାଶ ମୂଳକକାର୍ଯ୍ୟ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ତେବେ ସମସ୍ତ ପ୍ରକ୍ରିୟା ଉପରେ ନୁହେଁ ବରଂ ୭ ଦିନ ଭିତରେ ଉଚ୍ଛେଦ ପାଇ ହାଇକୋର୍ଟ ଦେଇଥିବା ନିର୍ଦେଶକୁ ରୋକ ଲଗାଇଥିବା ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ପେବୃୟାରୀ ୭ ହେବ । ହଲଦ୍ୱାନିର ବନଭୁଲପୁରା କ୍ଷେତ୍ରରେ ରେଲୱେର ୨୯ ଏକର ଜମିରେ ପ୍ରାୟ ୫ ହଜାର ପରିବାର ଦୀର୍ଘବର୍ଷ ହେବ ରହିଆସୁଛନ୍ତି । ସେଠାରେ ଦୋକାନ ବଜାର, ସ୍କୁଲ, ମସଜିତ ଆଦି ଗଢିଉଠିଛି । ରେଲୱେ କାମ ନିମନ୍ତେ ଉକ୍ତ ଜଜାଗାରୁ ଜବରଦଖଲ ଉଚ୍ଛେଦ ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ୭ ଦିନ ନିର୍ଦେଶ ଦେଇଛନ୍ତି । ଏହାର ବିରୋଧରେ ସେଠାକାର ଲୋକେ ଆନେ୍ଦାଳନକୁ ଓହ୍ଲାଛନ୍ତି ।
Powered by Froala Editor