ଦେଶରେ ୨୨୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ୫୦୩ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ ଘଣ୍ଟା ମଧ୍ୟରେ ୨୭୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୪୬ ହଜାର ୩୩୦ ରହିଛି। ଦେଶରେ କରୋନା ଆରୋଗ୍ୟ ହାର ୯୮ ଦଶମିକ୍ ୮ ପ୍ରତିଶତ ରହିଛି । ଦେଶରେ ଦୈନିକ ସଂକ୍ରମଣ ହାର ୦.୧୧ % ଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୦.୧୨ ପ୍ରତିଶତ ରହିଛି।
ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୪୫୦ଡୋଜ୍ ଟିକା ଦିଆଯାଇଛି । ଏ ପର୍ୟ୍ୟନ୍ତ ଦେଶରେ ୨୨୦ କୋଟି ୧୨ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ୯୫ କୋଟି ୧୩ ଲକ୍ଷ ଦ୍ବିତୀୟ ଡୋଜ ଏବଂ ୨୨ କୋଟି ୪୨ ଲକ୍ଷ ବୁଷ୍ଟର ଡୋଜ୍ ଟିକା ଦିଆଯାଇଛି।
Powered by Froala Editor