ଆଦାୟ ଓ ଧମକଚମକ ଅଭିଯୋଗରେ ୬ ନକଲି ଗିରଫ

ରାୟଗଡା: ମାଓବାଦୀ ନାଁରେ ବଟି ଆଦାୟ ଓ ଧମକଚମକ ଅଭିଯୋଗରେ ୬ ଜଣ ନକଲି ନକ୍ସଲଙ୍କୁ ଗିରଫ କରିଛି ରାୟଗଡା ପୁଲିସ । ସେମାନଙ୍କ ଠାରୁ ୪ଟି ମୋବାଇଲ, ସିଲିଣ୍ଡର, ଡିଜିଟାଲ ଘଡି ଜବତ ହୋଇଛି । ଏହି ସୂଚନା ଦେଇଛନ୍ତି ରାୟଗଡା ଏସପି ବିବେକାନନ୍ଦ ଶର୍ମା ।
ଅଭିଯୋଗ ଅନୁସାରେ କିଛି ଦିନ ହେଲା ମାଓବାଦୀ ନାଁରେ କାଶିପୁର ଥାନା ଅନ୍ତର୍ଗତ ସୁଙ୍ଗେର ଗାଁର ବ୍ୟବସାୟୀ ଶଙ୍କର ଗୋପାଳକୁ ଧମକ ଚମକ ଦେଇ ୫ ଲକ୍ଷ ଟଙ୍କା ବଟି ମଗାଯାଉଥିଲା । ଟଙ୍କା ନଦେଲେ ଜୀବନରେ ମାରିଦେବାକୁ ଫୋନ କରି ଧମକ ଦେଉଥିଲେ କିଛି ଅଜଣା ବ୍ୟକ୍ତି । ଟଙ୍କା ଦେବାରେ ବିଳମ୍ବ ହେବାରୁ ବ୍ୟବସାୟୀ ଶଙ୍କର ଗୋପାଳଙ୍କ ଘରେ ବୋମା ଖଞ୍ଜି ଦେଇଥିଲେ ।
ଏନେଇ ଗତ ୭ ତାରିଖରେ କାଶିପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ବୋମା ନିଷ୍କ୍ରିୟକାରୀ ଦଳ ସହ ଘଟଣାସ୍ଥଳରେ ପହଂଚି ବୋମାକୁ ନିଷ୍କ୍ରିୟ କରିଥିଲା । ଏହାପରେ ଘଟଣାର ଯାଂଚ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ତଦନ୍ତ ସମୟରେ ବିଶେଷ ସୂତ୍ରରୁ ଖବର ପାଇଁ ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରୁ ୬ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ପୁଲିସ ।
Powered by Froala Editor