ପଞ୍ଚାୟତ ସମିତିସଭ୍ୟାଙ୍କ ଆତ୍ମହତ୍ୟା

ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତ ସମିତିସଭ୍ୟାଙ୍କ ଆତ୍ମହତ୍ୟା । ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତ ମାଟିଆସାହି ଗ୍ରାମର ବାବୁଲି ପ୍ରଧାନଙ୍କ ପତ୍ନୀ ଗୀତା ପ୍ରଧାନ ।
ଶୁକ୍ରବାର ସେ ବାସ କରୁଥିବା ଘରେ ଆତ୍ମହତ୍ୟା କରିଥିବା ସୂଚନା । ଗୀତା ଗତ ପଞ୍ଚାୟତ ନିର୍ବାଚନରେ ମାର୍ଶାଘାଇ ବ୍ଲକ ଦୁମୁକା ଗ୍ରାମ ପଞ୍ଚାୟତରୁ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ।
ତେବେ ବର୍ତ୍ତମାନ ଯାଏ ତାଙ୍କ ଆତ୍ମହତ୍ୟାର ପଛର କାରଣ ଅସ୍ପଷ୍ଟ ରହିଛି ।
Powered by Froala Editor