ଦୁଇ ଗୋମାତା ସହ ଜଳିଗଲା ୧୫ ବଖରା
ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତର ଆକୁଲି ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଜଳିଗଲା ୧୫ ବଖରା ଘର । ଜଳିଗଲେ ଦୁଇ ଗୋମାତା ।
ବିଳମ୍ବିତ ରାତିରେ କୌଣସି କାରଣରୁ ଜୈନିକ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଥିବାରୁ ପଡୋଶୀ ଦେଖିବାକୁ ପାଇଥିଲେ । ନିଶବ୍ଦ ରାତି ହୋଇଥିବାରୁ ନିଆଁ କୁ ଆୟତ କରିବା ପାଇଁ ପଡୋଶୀଙ୍କ ପକ୍ଷ ଅସମ୍ଭବ ହୋଇପଡ଼ିଥିଲା । ଏ ନେଇ ଭଣ୍ଡାରିପୋଖରୀ ଓ ଯାଜପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।
ଖବର ପାଇ ଏକ ଘଣ୍ଟା ପରେ ଅଗ୍ନିଶମ ବିଭାଗ ପହଁଚିଥିଲେ ସୁଧା ସେତେବେଳକୁ ୧୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା । ଏଥିରେ ଗୋଟିଏ ମଟର ସାଇକେଲ ସମ୍ପୂର୍ଣ ପୋଡ଼ିଯାଇଥିବା ବେଳେ ଦୁଇଟି ଗୋ ମାତା ପୋଡି ଜୀବନ୍ତ ଦଗ୍ଧ ହୋଇଛନ୍ତି ।
Powered by Froala Editor