ସୁନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗ

ଭୁବନେଶ୍ଵର : ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗ। ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ କଟକସ୍ଥିତ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।
ଝରଣାଙ୍କ ବିୟୋଗରେ ଓଡ଼ିଆ ସିନେମା ଜଗତରେ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ୧୯୪୫ରେ ଜନ୍ମଗ୍ରହଣ କରିଥିବା ଝରଣା ଓଡ଼ିଆ ସିନେମା ଜଗତରେ ସୃଷ୍ଟି କରିଥିଲେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି ହୋଇଛି।
୬୦ ଦଶକରେ ଓଡ଼ିଆ ସିନେମାରେ ଆଗଧାଡ଼ିର ଅଭିନେତ୍ରୀ ଥିଲେ ଝରଣା। ଚଳଚ୍ଚିତ୍ର ବ୍ୟତୀତ ସେ ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ। ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ରରେ ସେ ନିର୍ଦ୍ଦେଶନା ଦେଇଥିଲେ। ଏହାସହ ସେ “ଘର ଭଡ଼ା ଦିଆ ଯିବ” ଓ “ମଣିଷ” ଆଦି କାର୍ୟ୍ୟକ୍ରମରେ ଅଭିନୟ କରିଥିଲେ। ଏଥିସହିତ ସେ ନିଜର ଫିଲ୍ମରେ ଅଭିନୟ ଚାଲୁ ରଖିଥିଲେ । ‘୧୯୬୪ ମସିହାରେ ନିର୍ମିତ କଥାଚିତ୍ର ‘ଅମଡା ବାଟ’ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ ଝରଣା । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ‘ମଲାଜହ୍ନ’ରେ ସତୀ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟତାହାସଲ କରିଥିଲେ। ଅମଡ଼ା ବାଟ’, ‘ମଲା ଜହ୍ନ’ ଓ ‘ଅଦିନ ମେଘ’ ତାଙ୍କର ଚର୍ଚ୍ଚିତ ଫିଲ୍ମ ଥିଲା।
Powered by Froala Editor