ସାଂସଦଙ୍କ କାର୍ ଧକ୍କାରେ ୪ ବର୍ଷ ଶିଶୁର ମୃତ୍ୟୁ
ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଟିଏମସିର ଜଣେ ସାଂସଦଙ୍କ କାର୍ ଧକ୍କାରେ ୪ ବର୍ଷର ଶିଶୁର ଜୀବନ ଚାଲି ଯାଇଛି । ଟିଏମସି ସାଂସଦ ଅବୁ ତାହେର ଖାନଙ୍କ କାର୍ ଧକ୍କାରେ ଏଭଳି ଘଟଣା ଘଟିଛି। ଦୁର୍ଘଟଣା ପରେ ଶିଶୁ ପୁତ୍ରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ସାଂସଦଙ୍କ କହିବା ଅନୁସାରେ, ଶିଶୁଟି ହଠାତ ତାଙ୍କ କାର ଆଗକୁ ଚାଲି ଆସିଥିଲା। ଏହି ଘଟଣାରେ ସାଂସଦ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।
ଶିଶୁଟି ନିଜ ମାଆ ସହ ବ୍ୟାଙ୍କ ଯାଇଥିଲା । ତା’ ମା’ ବ୍ୟାଙ୍କରେ କୌଣସି କାମରେ ବ୍ୟସ୍ତ ଥିବାରୁ ପିଲାଟି ସେଠାରୁ ବାହାରି ରାସ୍ତାକୁ ଚାଲି ଆସିଥିଲା। ଦୁର୍ଘଟଣା ପରେ ୫୦ରୁ ୬୦ ଜଣ ଲୋକ ଘଟଣାସ୍ଥଳକୁ ଆସିଥିଲେ। କିନ୍ତୁ ତା’ ମା’ଙ୍କ ପତ୍ତା ମିଳି ନଥିଲା। ସେ ବହୁ ବିଳମ୍ବରେ ଆସିଥିଲେ। ମୁଁ ନିଜେ ପିଲାଟିକୁ ହସ୍ପିଟାଲକୁ ନେଇଥିଲି। ଡାକ୍ତର ଓ ନର୍ସ ତା’ର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ହେଁ ସେ ଆଖିବୁଜିଛି ବୋଲି ସାଂସଦ ଖାନ କହିଛନ୍ତି। ପିଲାଟିର ବାପା-ମାଆ ଏବେ ନ୍ୟାୟ ଦାବି କରିଛନ୍ତି ଏବଂ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା କହିଛନ୍ତି।
Powered by Froala Editor