୧୧ ବର୍ଷୀୟା ଧଳା ବାଘୁଣୀ ‘ବିଜୟା’ ପୁଣି ଅସୁସ୍ଥ
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୧ ବର୍ଷୀୟା ଧଳା ବାଘୁଣୀ ‘ବିଜୟା’ ପୁଣି ଅସୁସ୍ଥ ହୋଇପଡିଛି । ତେଣୁ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସକମାନେ ଓୟୁଏଟିର ପ୍ରଫେସରଙ୍କ ପରାମର୍ଶରେ ଶୁକ୍ରବାର ପୁଣି ତା’ର ଚିକିତ୍ସା ଆରମ୍ଭ କରିଛନ୍ତି ।
ଚଳିତ ମାସ ୧୪ ତାରିଖରେ ବାଘୁଣୀ ବିଜୟାର ସ୍ୱାସ୍ଥ୍ୟ ଖରାପ ହେବାରୁ ତାକୁ ପ୍ରାଣୀ ଉଦ୍ୟାନର ପଶୁ ଚିକିତ୍ସାଳୟକୁ ଅଣାଯାଇଥିଲା । ବିଜୟାର ତରଳ ଝାଡା ହେଉଥିବାରୁ ସେ ଦୃର୍ବଳ ହୋଇପଡ଼ିଥିଲା । ତେଣୁ ଓୟୁଏଟିର ପ୍ରଫେସରଙ୍କ ପରାମର୍ଶରେ ତାର ଚିକିତ୍ସା ଆରମ୍ଭ କରାଯାଇ ରକ୍ତ ନମୁନା ଓ ଝାଡ଼ା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଧୀରେ ଧୀରେ ସେ ସୁସ୍ଥ ହେବାକୁ ଲାଗିଥିଲା । ତେଣୁ ତାକୁ ଗତ ୧୯ ତାରିଖ(ବୁଧବାର) ସେ ରହୁଥିବା ବାଘ ସଫାରୀର ଖୁଆଡ଼କୁ ତାକୁ ନିଆଯାଇଥିଲା । କିନ୍ତୁ ଗୁରୁବାର ଠାରୁ ସେ ପୁଣି ଅସୁସ୍ଥ ହୋଇପଡିଥିଲା । ତେଣୁ ଶୁକ୍ରାବର ସକାଳୁ ପୁଣି ତାର ଚିକିତ୍ସା ଆରମ୍ଭ କରାଯାଇଛି ।
ସୂଚନା ଯୋଗ୍ୟ ଧଳା ବାଘୁଣୀ ବିଜୟ ପ୍ରାଣୀ ଉଦ୍ୟାନରେ ତିନିଥର ମା’ ହୋଇ ୭ଟି ଶାବକ ଜନ୍ମ ଦେଇସାରିଛି । ୨୦୧୬ରେ ଦୁଇଟି, ୨୦୧୮ରେ ଦୁଇଟି ଓ ୨୦୨୧ରେ ତିନୋଟି ସନ୍ତାନ ଜନ୍ମ ଦେଇଛି । ମହାବଳ ବାଘ ‘ନିସାନ’ ଓ ବାଘୁଣୀ ‘କୁସୁମ’ ଔରସରୁ ୨୦୧୧ ଜୁଲାଇ ୧୩ ତାରିଖରେ ଧଳା ବାଘୁଣୀ ବିଜୟା ଜନ୍ମ ହୋଇଥିଲା ।
Powered by Froala Editor