କ୍ଷୀର ସହିତ ମହୁ ସେବନ କରନ୍ତୁ, ବଢ଼ିବ ପୁରୁଷ ଶକ୍ତି
ନୂଆଦିଲ୍ଲୀ: ପୁରୁଷମାନେ ଦୈନିକ କ୍ଷୀର ସହିତ ମହୁ ସେବନ କରନ୍ତୁ, ନିଶ୍ଚିତ ଭାବେ ଚମତ୍କାର ଫଳ ମିଳିବ । ଏହା ଶରୀର ପାଇଁ କୌଣସି କ୍ଷତିକାରକ ମଧ୍ୟ ନୁହେଁ । ପ୍ରାକୃତିକ ଉପାୟରେ ଆପଣଙ୍କ ପୁରୁଷ ଶକ୍ତି ବୃଦ୍ଧି ହେବ । କ୍ଷୀର ଓ ମହୁ ସେବନ ପୁରୁଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି କ୍ଷୀର ସହିତ ମହୁ ମିଶାଇ ନିୟମିତ ସେବନ କରାଯାଏ, ତେବେ ପୁରୁଷମାନଙ୍କରେ ଟେଷ୍ଟୋଷ୍ଟେରନ୍ ନାମକ ହରମୋନ୍ ବୃଦ୍ଧି ପାଇଥାଏ । ଯାହା ପୁରୁଷ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ରାତିରେ ଶୋଇବାର ପ୍ରାୟ ୧ ଘଣ୍ଟା ପୂର୍ବରୁ ଏହାକୁ ସେବନ କରିବାକୁ ପଡ଼ିବ ।
କେବଳ ସେତିକି ନୁହେଁ, ଏହାଦ୍ୱାରା ଆହୁରି ଅନେକ ଉପକାର ମିଳିଥାଏ । ଗରମ କ୍ଷୀର ସହିତ ମହୁ ମିଶାଇ ପିଇବା ଦ୍ୱାରା ମାନସିକ ଚାପ କମ ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହାକୁ ଖାଇବା ଦ୍ୱାରା ପୁରୁଷମାନଙ୍କଠାରେ ପ୍ରୋଷ୍ଟେଟ କର୍କଟ ହେବାର ଆଶଙ୍କା କମିଯାଏ । ଶୋଇବା ପୂର୍ବରୁ କ୍ଷୀର ସହିତ ମହୁ ସେବନ କରାଯାଏ, ଯାହାଦ୍ୱାରା ନିଦ ଭଲ ହୋଇଥାଏ । ହଜମ ପ୍ରକ୍ରିୟାକୁ ମଧ୍ୟ ଏହା ଠିକ୍ କରେ । ଏହାକୁ ନିୟମିତ ସେବନ କଲେ କୋଷ୍ଠକାଠିନ୍ୟର ସମସ୍ୟା ଶେଷ ହୁଏ । ଅସ୍ଥି ମଜବୁତ ହୁଏ । ଶାରୀରିକ ଓ ମାନସିକ କ୍ଷମତା ବୃଦ୍ଧି ପାଇଥାଏ । ଦୃଷ୍ଟି ଶକ୍ତି ଭଲ ହୁଏ ।

Powered by Froala Editor