ଉଷୁମ ପାଣିରେ ହଳଦୀ ପକାଇ କରନ୍ତୁ ସେବନ, ମିଳିବ ଲାଭ
ଡାକ୍ତର ଏବଂ ବଡ଼ ଲୋକମାନେ ସକାଳୁ ଉଠି ଖାଲି ପେଟରେ ହାଲୁକା ଉଷୁମ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି। ଏପରି କରିବା ଦ୍ୱାରା ସହଜରେ ପେଟ ସଫା ହୋଇଯାଏ ଏବଂ ଏସିଡିଟି ସମସ୍ୟା ଥିବା ଲୋକମାନଙ୍କ ପାଇଁ ଲାଭକାରୀ ହୋଇଥାଏ। ଜାଣନ୍ତୁ ହାଲୁକା ଉଷୁମ ପାଣିରେ ଏକ ଚାମଚ ହଳଦୀ ପକାଇ ସେବନ କରିବା ଦ୍ୱାରା କେଉଁ ପ୍ରକାର ଲାଭ ମିଳିଥାଏ:
ହଳଦୀରେ ମିଳୁଥିବା ଲାଭ:
ସମସ୍ତେ ଜାଣନ୍ତି ହଳଦୀକୁ ଆଣ୍ଟିସେପ୍ଟିକ କୁହାଯାଇଥାଏ। ଏହା ଆମକୁ ବିଭିନ୍ନ ସଂକ୍ରମଣ ରୋଗ ସହ ଲଢିବା ପାଇଁ ଶକ୍ତି ପ୍ରଦାନ କରିଥାଏ। ଶରୀର ଭିତରର ରୋଗ ଏବଂ ଶରୀର ବାହାରରର ରୋଗକୁ ଭଲ କରିବାରେ ହଳଦୀ କାମ କରିଥାଏ। ଏହି କାରଣରୁ ଭାରତୀୟ ପରିବାରରେ ଅଧିକରୁ ଅଧିକ ହଳଦୀ ବ୍ୟବହାର କରାଯାଇଥାଏ।
ସକାଳୁ ଉଠିବା ପରେ ହାଲୁକା ଉଷୁମ ହଳଦୀ ପାଣି ସେବନ କରିବା ଦ୍ୱାରା ଆପଣଙ୍କର ପେଟ ଏବଂ ଛାତି ଜଳା ପୋଡ଼ା କମ ହୋଇଥାଏ। କିଛି ଲୋକମାନେ ମଧ୍ୟ ରାତିରେ ଅଧିକ ଖାଦ୍ୟ ଖାଇବା କାରଣରୁ ସକାଳୁ ଉଠିବା ପରେ ଛାତି ଜଳା ପୋଡ଼ା ହେବା ଭଳିଲାଗିଥାଏ। ଏହି ସମୟରେ ହଳଦୀ ପାଣି ସେବନ କରିବା ଦ୍ୱାରା ଆରାମ ମିଳିଥାଏ। ଯେଉଁ ଲୋକମାନଙ୍କର ସର୍ବଦା ଏସିଡିଟି ଏବଂ ଛାତି ଜଳିବାର ସମସ୍ୟା ରହିଛି ସେହି ବ୍ୟକ୍ତିମାନେ ସର୍ବଦା ହଳଦୀ ପାଣି ସେବନ କରିବା ଉଚିତ। ଏକ ସପ୍ତାହ ମଧ୍ୟରେ ଆପଣ ଏହାର ପ୍ରଭାବ ଦେଖିବାକୁ ପାଇବେ।
ମାନସିକ ରୋଗ ଦୂର କରିଥାଏ:
ହଳଦୀରେ ଥିବା ‘କର୍କମିନ’ ତତ୍ତ୍ୱ ଆମର ମସ୍ତିଷ୍କ ପାଇଁ ଲାଭକାରୀ ହୋଇଥାଏ। ମାନସିକ ରୋଗକୁ ରକ୍ଷା କରିବା ପାଇଁ ଯେଉଁ ବ୍ରେନ- ଡିରାଇଣ୍ଡ ନ୍ୟୁଟ୍ରୋଫିକ ଫ୍ୟାକ୍ଟରର ଆବଶ୍ୟକତା ରହିଥାଏ , ତାହା ହଳଦୀର କର୍କମିନ ତତ୍ତ୍ୱରୁ ମିଳିଥାଏ। ଏହାକୁ ସକାଳୁ ସେବନ କରିବା ଅତ୍ୟଧିକ ଲାଭକାରୀ ହୋଇଥାଏ।
କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ:
ହଳଦୀ ପାଣିରେ ଆଣ୍ଟି-ଅକ୍ସିଡେଣ୍ଟ ବା ଆଣ୍ଟିଥେସିସ୍ ରହିଥାଏ । ଏହା ଶରୀରର କୋଷିକା ଗୁଡ଼କୁ ନଷ୍ଟ କରିବାର ତତ୍ତ୍ୱ ସୃଷ୍ଟି କରିନଥାଏ।
ପେଟ ରୋଗ ଏବଂ ଛାତି ରୋଗ ପାଇଁ ଲାଭକାରୀ ହୋଇଥାଏ:
ସକାଳୁ ଖାଲି ପେଟରେ ହଳଦୀ ପାଣି ସେବନ କରିବା ଦ୍ୱାରା ଆମର ପାଚନ ଶକ୍ତି ମଜବୁତ ହୋଇଥାଏ। ଏହା ସେବନ କରିବା ଦ୍ୱାରା ପେଟ ସଫା ରହିଥାଏ ଏବଂ ଭୋକ ମଧ୍ୟ ଲାଗିଥାଏ। ଏହା ବ୍ୟତୀତ ହଳଦୀ ଅତ୍ୟଧିକ ମୋଟାପଣ ଏବଂ କୋଲେଷ୍ଟ୍ରଲ କମ କରିଥାଏ।
ଗଣ୍ଠି ଜନିତ ସମସ୍ୟା ଦୂର କରିଥାଏ:
ଗଣ୍ଠି ଜନିତ ସମସ୍ୟା ଥିବା ଲୋକମାନଙ୍କ ପାଇଁ ହଳଦୀ ପାଣି ବହୁତ ଲାଭଦାୟକ ହୋଇଥାଏ। ୨୦୧୨ବର୍ଷ ଅନ୍ତରାଷ୍ଟ୍ରିୟ ସ୍ତରର ଏକ ସୂଚନା ଅନୁସାରେ ହଳଦୀ ଗଣ୍ଠି ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିଥାଏ, ବିଶେଷକରି ଏହାକୁ ତରଳ ପଦାର୍ଥ ରୂପରେ ସେବନ କଲେ ଲାଭକାରୀ ହୋଇଥାଏ।
ମଧୁମେହରୁ ରକ୍ଷା କରିଥାଏ:
୨୦୦୯ ବର୍ଷର ଏକ ସୂଚନା ଅନୁସାରେ ହଳଦୀ ସେବନ କରିବା ଦ୍ୱାରା ମଧୁମେହ ରୋଗ କମ ହୋଇଥାଏ ଏବଂ ଏହା ମଧୁମେହ ବଢିବା ସ୍ତରକୁ କମ କରିଥାଏ। ଏହା ବ୍ୟତୀତ ହଳଦୀ ପାଣି କିଡନି ପାଇଁ ଲାଭକାରୀ ହୋଇଥାଏ।
Powered by Froala Editor