ଗୁଳି ବିନିିମୟ: ୪ ଆତଙ୍କୀ ସଫା

ଶ୍ରୀନଗର: ଗତ ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ପୁଣି ଥରେ ଆରମ୍ଭ ହୋଇଛି ଏନକାଉଣ୍ଟର । ଏଥିରେ ୪ ଆତଙ୍କୀଙ୍କୁ ସଫା କରିବାରେ ସେନାକୁ ସଫଳତା ମିଳିଛି । ଜିଲ୍ଲାର ମୋଲୁ ଏରିଆରେ ଆତଙ୍କୀ ଗିତିବିଧି ନେଇ ଇନପୁଟ ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ। ଆତଙ୍କୀଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିିମୟ ଆରମ୍ଭ ହୋଇଛି । ଏବେ ସୁଦ୍ଧା ୪ ଆତଙ୍କୀଙ୍କ ମୃତ୍ୟୁ ସ୍ପଷ୍ଟ କରିଛି ସ୍ଥାନୀୟ ପୋଲିସ । କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ କାଶ୍ମୀର ଜୋନ ପୋଲିସ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଥିଲେ ।
ଏହି ଅପରେସନରେ ସୁରକ୍ଷାବଳର ଯବାନଙ୍କ ସହ ସ୍ଥାନୀୟ ପୋଲିସର କର୍ମୀ ମଧ୍ୟ ସାମିଲ ରହିଛନ୍ତି । ସମଗ୍ର ଏରିଆକୁ କର୍ଡନ କରି ଅପରେସନ ଜାରି ରହିଛି । ଗତ ୧୨ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ବିତୀୟ କାର୍ୟ୍ୟାନୁଷ୍ଠାନ । ନିକଟରେ ନିୟମିତ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହେଉଛି । ଖରାପ ପାଗ କାରଣରୁ ଲୋ- ଭିଜିବିଲିଟି ଓ ତୁଷାରପାତର ସୁଯୋଗ ନେଇ ପାକିସ୍ତାନୀ ଆତଙ୍କୀମାନେ ସୀମା ଅତିକ୍ରମ କରି ଘାଟିରେ ପ୍ରବେଶ କରିବାର ଆଶଙ୍କା ରହିଛି । ତେଣୁ ସୀମାରେ ପାଟ୍ରୋଲିଂକୁ କଡାକଡି କରିବା ସହ ଘାଟିରେ ମଧ୍ୟ ଆତଙ୍କୀ ଗିତିବିଧି ଉପରେ କଡା ନଜର ରଖିଛି । ଇନପୁଟ ସୂଚନା ମିଳିଲା ମାତ୍ରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ମିଳିତ ଅପରେସନ ଆରମ୍ଭ କରୁଛନ୍ତି ।
Powered by Froala Editor