ଏପରି କରନ୍ତୁ, ଘରକୁ ବିଜେ କରିବେ ମା’ ଲକ୍ଷ୍ମୀ
ପ୍ରତ୍ୟକ ବ୍ୟକ୍ତି ଚାହାଁନ୍ତି ତାଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ରହୁ। ବାସ୍ତୁ ଶାସ୍ତ୍ରରେ ଏପରି ବହୁ ଉପାୟ ଅଛି ଯାହାକୁ ଆପଣେଇ ଆପଣ ଧନ, ଐଶ୍ୱର୍ୟ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ। ମାଙ୍କର କୃପାରୁ ବ୍ୟକ୍ତିକୁ ଅନ୍ନ, ଧନ, ବସ୍ତ୍ର ପ୍ରାପ୍ତି ହୋଇଥାଏ । ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ କାମ କଲେ ଆପଣଙ୍କ ଘର ଉପରେ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ।
ଶାନ୍ତି ଓ ଭଲପାଇବାର ପରିବେଶ ବନାନ୍ତୁ
ସର୍ବପ୍ରଥମେ ଘରେ ଶାନ୍ତି ଶୃଙ୍ଖଳା ଓ ପ୍ରେମର ମାହୋଲ ବନେଇ ରଖନ୍ତୁ। ବିଶେଷ କରି ସକାଳୁ ଉଠି ସକାରାତ୍ମକ ବାତାବରଣ ତିଆରି କରନ୍ତୁ। କାରଣ କଳି-ଝଗଡ଼ା ର ନକରାତ୍ମକ ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଏହା ସହିତ ଆପଣଙ୍କ ବିକାଶ ରେ ମଧ୍ୟ ବାଧା ସୃଷ୍ଟି କରିଥାଏ।
ତୁଳସୀପତ୍ରରେ ଜଳ ଛିଞ୍ଚନ୍ତୁ
ଘରର ମହିଳା କିମ୍ୱା ବୟସ୍କ ଲୋକ ସକାଳେ ଶୀଘ୍ର ଉଠି ଗାଧୋଇ ସାରି ତମ୍ୱା ଲୋଟାରେ ତୁଳସୀ ଗଛକୁ ଜଳ ଦିଅନ୍ତୁ। ସେହି ଅଳ୍ପ ପାଣିରେ ତୁଳସୀ ପତ୍ର ପକାଇ ପୂଜା କରନ୍ତୁ ଓ ଏହି ପାଣିକୁ ଘର କୋଣ ଏବଂ ମୁଖ୍ୟଦ୍ୱାରରେ ପକାନ୍ତୁ । ଏହା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୁରେଇ ଯିବ ଓ ସୁଖ ସମୃଦ୍ଧି ଆସିବ।
ଏପରି କରନ୍ତୁ ତୁଳସୀଙ୍କୁ ଜଳ ଅର୍ପଣ
ତୁଳସୀଙ୍କୁ ଜଳ ଦେବା ସମୟରେ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ‘ଓଁ ନମୋ ଭଗବତେ ବାସୁଦେବାୟ’ ଜପ କରନ୍ତୁ। ଏପରି କଲେ ଘରର ଦରିଦ୍ରତା ଦୂରେଇ ଯିବା ସହ ମା ଲକ୍ଷ୍ମୀଙ୍କର କୃପା ଲାଗି ରହିବ।
ଦୀପ ଜଳାନ୍ତୁ
ସବୁବେଳେ ସକାଳୁ ଉଠି ଘର ଭଲଭାବେ ପରିଷ୍କାର କରନ୍ତୁ। ତା ସହିତ ପୂଜା କରିସାରି ତୁଳସୀ କିମ୍ୱା ଘରର ଦ୍ୱାର ପାଖରେ ଗୁଆଘିଅ ରେ ଦୀପ ଜଳାନ୍ତୁ। ଏହାଦ୍ୱାରା ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।
ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ
ସକାଳୁ ଉଠି ଆଗ ବାପା ମାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ । ଏଥିରୁ ଆପଣଙ୍କ ଘରକୁ ସକାରାତ୍ମକ ପରିବେଶ ସୃଷ୍ଟି ହେବା ସହ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢ଼ିବ।
ସୂର୍ୟ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ
ସକାଳେ ଶୀଘ୍ର ଉଠି ତମ୍ୱା ଲୋଟାରେ ଜଳ ନେଇ ସେଥିରେ ସିନ୍ଦୁର ମିଶାଇ ସୂର୍ୟ୍ୟଙ୍କୁ ଅର୍ପଣ କରନ୍ତୁ। ଏଥିରୁ ଘରକୁ ସକରାତ୍ମକ ଶକ୍ତି, ଶାନ୍ତି, ଏବଂ ଧନର ଆଗମନ ହୋଇଥାଏ।
Powered by Froala Editor