ଏହି କାରଣରୁ ହୋଇଥାଏ ବ୍ରେନ ଷ୍ଟ୍ରୋକ
ଲୋକେ ଏତେ ବ୍ୟସ୍ତ ଜୀବନ ବଞ୍ଚୁଛନ୍ତି ଯେଉଁଥିପାଇଁ ନିଜର ଧ୍ୟାନ ରଖିବାକୁ ସମୟ ମିଳୁନାହିଁ । ଏବେ ଋତୁ ପରିବର୍ତ୍ତନ ହେବା ଯୋଗୁଁ ସମସ୍ତଙ୍କର ସାଧାରଣ ଜୀବନଶୈଳୀରେ ଦେଖାଯାଉଛି ପରିବର୍ତ୍ତନ । ଖାଇବା ପିଇବା ପାଇଁ ଯଦି ଆମ ଶରୀରରେ ରକ୍ତ ସଞ୍ଚାଳନ ଓ ଅମ୍ଳଜାନର ପରିଚାଳନା ଠିକ୍ ଭାବେ ହୋଇନଥାଏ ତେବେ ଏହା ଆମ ବ୍ରେନକୁ ପ୍ରଭାବିତ କରିଥାଏ । ବ୍ରେନ୍ ରେ ଯଦି ସଠିକ୍ ଭାବେ ବ୍ଲଡ ଓ ଅକ୍ସିଯେନ୍ ପରିଚାଳନା ନହୁଏ ତେବେ ବ୍ରେନ୍ ଭଲ ଭାବେ ଫକ୍ସନ କରିବା ବନ୍ଦ କରିଦିଏ । ଏହା ପରେ ବ୍ରେନ୍ ଷ୍ଟ୍ରୋକ ହୋଇଥାଏ। ଏକ ରିପୋର୍ଟରୁ ଜଣା ପଡ଼ିଛି ଯେ ବିଶ୍ୱରେ ୪ ଜଣ ଯୁବଗୋଷ୍ଠୀ ମଧ୍ୟରୁ କେବଳ ଜଣେ ବ୍ରେନ୍ ଷ୍ଟ୍ରୋକରେ ମୃତ୍ୟୁ ବରଣ କରୁଛନ୍ତି। କେବଳ ୨୫ ବର୍ଷ ବୟସରେ । ତେବେ ଏହା ଲାଇଫ ଷ୍ଟାଇଲ ପାଇଁ ହିଁ ହୋଇଥାଏ । ତେଣୁ ନିଜର ଏମିତି କିଛି ଅଭ୍ୟାସ ବଦଳାଇବାକୁ ପଡ଼ିବ ଯାହା ଆଣମାନଙ୍କୁ ବ୍ରେନ୍ ଷ୍ଟ୍ରୋକରୁ ରକ୍ଷା କରିବ ।
ପ୍ରଥମେ ବ୍ରେନ୍ ଷ୍ଟ୍ରୋକରୁ ଦୂରେଇ ରହିବା ପାଇଁ ହେଲେ ଆପଣଙ୍କୁ ଅଣ୍ଡା ଓ ମାଂସ ଠାରୁ ଦୂରେଇ ରହିବାକୁ ପଡ଼ିବ । ଏହାପରେ ନିଜ ଖାଇବା ଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟକୁ କମ୍ କରିବାକୁ ପଡ଼ିବ । ଏହା ଛଡ଼ା ଆପଣଙ୍କୁ ମିନେରାଲ, ଫାଇବର, ପ୍ରୋଟିନ ଓ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ିବ ।
ଶରୀରରେ ଚର୍ବି ବଢିବା ଦ୍ବାରା ମଧ୍ୟ ଏହା ବ୍ରେନ୍ ଷ୍ଟ୍ରୋକର କାରଣ ହୋଇପାରେ । ପୁଣି ଲେଜି ଲାଇଫ ଷ୍ଟାଇଲ ମଧ୍ୟ ଆପଣଙ୍କ ବ୍ରେନ୍ ଷ୍ଟ୍ରୋକ କରିବାରେ ମୁଖ୍ୟ କାରଣ ହୋଇଥାଏ । ତେଣୁ ଆପଣଙ୍କୁ ବ୍ୟାୟାମ କରିବା ଆବଶ୍ୟକ। ତେଣୁ ଆପଣ ଦିନକୁ ପ୍ରାୟ ୩୦ ରୁ ୪୫ ମିନିଟ୍ ଚାଲିବା ସହ ଏକ୍ସରସାଇଜ ମଧ୍ୟ କରନ୍ତୁ।
ସବୁଠାରୁ ବଡ଼ କଥା ହେଉଛି ମାଦକ ଦ୍ରବ୍ୟର ସେବନ କରିବା ଦ୍ୱାରା ମଧ୍ୟ ଏହା ବ୍ରେନ୍ ଷ୍ଟ୍ରୋକର ବଡ଼ କାରଣ ହୋଇଥାଏ । ସିଗାରେଟ ଟାଣିବା, ମଦ ପିଇବା ପରି ଅଭ୍ୟାସ ଫୁସ୍ ଫୁସ୍କୁ ଡାମେଜ୍ କରିବା ସହିତ ୭୦୦୦ କେମିକାଲ୍ମ ତିଆରି କରିଥାଏ ଯାହାକି ବ୍ରେନ୍ ଷ୍ଟ୍ରୋକ କରାଇଥାଏ।ପୁଣି ମଦ ପିଇବା ଅଭ୍ୟାସ ମଧ୍ୟ ଆପଣଙ୍କ ବ୍ରେନ୍ ଉପରେ ଖତରନାକ ପ୍ରଭାବ ପକାଇଥାଏ । ଏହା ହାଇପର୍ଟେନ୍ସନ୍ ମଧ୍ୟ କରାଇଥାଏ। ଦ୍ୟାରିକା ମନିପାଲ ହସ୍ପିଟାଲର ଡାକ୍ତର ଖୁସ୍ ବୁ ଙ୍କ କହିବା ଅନୁଯାୟୀ ହାଇ ବ୍ଲଡ ପ୍ରେସର୍, କୋଲେଷ୍ଟ୍ରଲ ଅଧିକ ହେବା ଦ୍ବାରା ମଧ୍ୟ ବ୍ରେନ୍ ଷ୍ଟ୍ରୋକ ହୋଇଥାଏ ତେଣୁ ଆପଣଙ୍କୁ ନିଜର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଖାସ୍ କରି ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ପଡିବ।
Powered by Froala Editor