ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି, ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି

ସମ୍ଵଲପୁର : ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଡ୍ୟାମ୍ର ବାମ ପାର୍ଶ୍ୱରେ ୧୩ଟି ଏବଂ ଡାହାଣ ପାର୍ଶ୍ୱରେ ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।
ସୂଚନାନୁଯାୟୀ, ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର- ୬୧୬.୭୩ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୩୯ ହଜାର ୩୩୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହପରି ପ୍ରତି ସେକେଣ୍ଡରେ ୩ ଲକ୍ଷ ୪୮ ହଜାର ୭୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ଗତକାଲି ହୀରାକୁଦ ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି ହୋଇଥିଲା । ହୀରାକୁଦ ତଳିଆ ଅଞ୍ଚଳକୁ ଜଳ ପ୍ରବେଶ ନେଇ ସମ୍ବଲପୁର ପ୍ରଶାସନର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା । ଲଗାଣ ବର୍ଷା ଫଳରେ ଜଳ ନିଷ୍କାସନ ହେଉଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତଳମୁଣ୍ଡରେ ଜଳ ପ୍ରବେଶ କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।
Powered by Froala Editor