Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ...

  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ...

  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ...

  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ...

  • ୫୨୬ କିଲୋଗ୍ରାମ ହେରୋଇନ ଓ ...

  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ...

  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ ...

  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

  • ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ...

  • ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ...

ରାଜ୍ୟ
Home ›› ରାଜ୍ୟ ››ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ରୁଙ୍ଗଟା, ମୟୁରଭଞ୍ଜ ପୁରୁଣାପାଣିରେ ସ୍ଥାନ ନିରୂପଣ

ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ରୁଙ୍ଗଟା, ମୟୁରଭଞ୍ଜ ପୁରୁଣାପାଣିରେ ସ୍ଥାନ ନିରୂପଣ

2022-08-09 20:06:07
13634
Share:
Facebook
Twitter
E-Mail
WhatsApp
Telegram
ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ରୁଙ୍ଗଟା, ମୟୁରଭଞ୍ଜ ପୁରୁଣାପାଣିରେ ସ୍ଥାନ ନିରୂପଣ

ମେସର୍ସ ରୁଙ୍ଗଟା ମେଟାଲସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ସହର ପୁରୁଣାପାଣି ପଞ୍ଚାୟତ ଆନଦ ପୁର ଓ ଦାଣ୍ଡବସ ଗ୍ରାମରେ ୧୨ ଶହ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରଖିଛି। ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ଗସ୍ତରେ ଆସୁଥିବା ବେଳେ ଏହା ପୂର୍ବରୁ ବା ସେହିଦିନ ଏହି ଶିଳ୍ପ ସ୍ଥାପନ ନେଇ ବିଧିବଦ୍ଧ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। କମ୍ପାନୀ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ପରେ ଶିଳ୍ପ ସ୍ଥାପନ ନେଇ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଆଶା ଉଜ୍ଜୀବିତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ମୟୁରଭଞ୍ଜ ତଥା ବାମନଘାଟି ଉପଖଣ୍ଡର ସୁକନ୍ୟା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଉଦ୍ୟୋଗପତି ମାନେ ଏ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରୁଥିବା ସୂଚନା ମିଳିଛି। ରୁଙ୍ଗଟା କମ୍ପାନୀ ରାଇରଙ୍ଗପୁର ବୃହତ ପୁରୁଣାପାଣି ପଞ୍ଚାୟତ ପୁରୁଣାପାଣି ,ଆନନ୍ଦପୁର ଓ ଦାଣ୍ଡବୋଷ ଗାଁର ୬ ଶହ ଏକର ଜମିରେ ଇସ୍ପାତ କାରଖାନା କରିବାର ପ୍ରସ୍ତାବ ରହିଛି। ଏଥିପାଇଁ ମୋଟ ୭୫୦ ଏକର ଜମି ଆବଶ୍ୟକ ହେଉଥିବା ବେଳେ ପ୍ରଶାସନ ଓ ତହସିଲ ତରଫରୁ ୬୦୦ ଏକର ଜମି ଯୋଗାଇ ଦିଆଯିବ ବୋଲି ରିପୋର୍ଟରେ କୁହାଯାଇଛି। ଏ ନେଇ ୧୦ଜଣିଆ ଦଳ ସମ୍ପୃକ୍ତ ତିନି ରାଜସ୍ବ ଗ୍ରାମ ପ୍ରଦର୍ଶନ କରି ନିରୂପଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ବାମନଘାଟି ଉପଖଣ୍ଡରେ ଗୋରୁମୋହିଷାଣି, ବାଦାମପାହାଡ଼ ଓ ସୁଲେଇପାଟ ଅଞ୍ଚଳରେ ରହିଛି ମୋଟ ୧୧ଟି ଲୁହାପଥର ଖଣି। ଏଠାକାର ଲୁହାପଥର ନେଇ ଟାଟା କମ୍ପାନୀ ଜାମସେଦପୁରରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା କରିଥିଲା। ମାତ୍ର ବହୁ ଦାବି ଓ ଆନ୍ଦୋଳନ ପରେ ବି ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇପାରିନି। ଏହି ଅଞ୍ଚଳର ଉଚ୍ଚ ମାନର ଲୁହାପଥର ଝାଡ଼ଖଣ୍ଡର ବିଭିନ୍ନ କାରଖାନା ପାଇଁ ପଠାଯାଉଛି। ଶହେ ବର୍ଷରୁ ଅଧିକ କାଳ ଟାଟା କମ୍ପାନୀ(ଟିସ୍କୋ)ର ମାତୃଖଣି ଗୋରୁମୋହିଷାଣି ତଥା ବାଦାମପାହାଡ଼ ଓ ସୁଲେଇପାଟ ଲୁହାଖଣିରେ କାର୍ଯ୍ୟ ଚାଲୁଥିଲେ ହେଁ ଏଯାବତ ଏହି ଖଣି ବହୁଳ ଉପଖଣ୍ଡରେ ଗୋଟିଏ ହେଲେ ଖଣିଜ ସମ୍ପଦ ଭିତ୍ତିକ ଶିଳ୍ପ ସ୍ଥାପନ ହୋଇପାରି ନାହିଁ।

ସେହିପରି ବିଗତ ଅଶି ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ହଜାରେ ଦିନରେ ହଜାରେ ଶିଳ୍ପ ଡ଼ାକରାରେ ବାମନଘାଟି ଉପଖଣ୍ଡରେ ଛୋଟବଡ଼ ଅନେକ କାରଖାନା ପ୍ରତିଷ୍ଠା ହୋଇଥିଲେ ହେଁ ଦୁଇ,ତିନୋଟିକୁ ଛାଡିଦେଲେ ସବୁଠି ତାଲା ଝୁଲୁଛି। ଅସନବଣି ଶିଳ୍ପାଞ୍ଚଳ ଏବେ ଶିକ୍ଷାନୁଷ୍ଠାନ ଅଞ୍ଚଳ ହୋଇପଡିଛି। କାରଖାନା ସବୁ ବନ୍ଦ ହୋଇଯିବାରୁ ଅଞ୍ଚଳର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। କର୍ମନିଯୁକ୍ତି ଅଭାବରେ ବେକାର ଯୁବକ ଯୁବତୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ତଥା ସୁଦୂର କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଓ କେରଳ ଆଦି ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଏପରିସ୍ଥଳେ ରୁଙ୍ଗଟା କମ୍ପାନୀ ରାଇରଙ୍ଗପୁର ସହର ଉପଖଣ୍ଡର ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା କଲେ କର୍ମ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି ହେବା ସହ ଅଞ୍ଚଳରେ ଅର୍ଥନୈତିକ ପ୍ରଗତିର ଯୁଗ ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଛି।

Powered by Froala Editor

Tags RUNGTA

Related articles Odisha News Lens 4.1

  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ
    ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ

    14427
    Oct 01, 2026
  •  ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...
    ଦେଶ-ଦେଶାନ୍ତର

    ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...

    15343
    Oct 01, 2026
  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ
    ଦେଶ-ଦେଶାନ୍ତର

    କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

    14973
    Sep 30, 2026
  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି
    ଦେଶ-ଦେଶାନ୍ତର

    ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି

    15124
    Oct 01, 2026
  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ
    ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15064
    Sep 30, 2026
  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’
    ଜିଲ୍ଲା ପରିକ୍ରମା

    ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’

    14786
    Sep 30, 2026
  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ
    ଦେଶ-ଦେଶାନ୍ତର

    ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ

    15573
    Oct 01, 2026
  • ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା
    ଅପରାଧ

    ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା

    15359
    Sep 30, 2026
  • ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି
    ଦେଶ-ଦେଶାନ୍ତର

    ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି

    14476
    Sep 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା

    15359
    Sep 30, 2026
  • ଦେଶ-ଦେଶାନ୍ତର

    ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

    15343
    Oct 01, 2026
  • ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15064
    Sep 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17140
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17829
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17794
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18210
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15168
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14011
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15750
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15316
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14691
    Sep 18, 2026

ବାଣିଜ୍ୟ

ଭାରତରେ ‘Apple Pay’ ପ୍ରବେଶ

ପ୍ରାୟ ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ଭାରତୀୟ ବଜାରରେ ‘ଆପଲ୍ ପେ’ ପ୍ରବେଶ କରିଛି । ଏହି ସେବା ଆସିବା ପରେ ଏବେ ଦେଶର ଆଇଫୋନ୍, ଆଇପ୍ୟାଡ୍ ଏବଂ ଆପଲ୍ ୱାଚ୍ ୟୁଜର୍ସମାନେ ଅତି ସହଜରେ ଡିଜିଟାଲ୍ ପେମେଣ୍ଟ କରିପାରିବେ । ବର୍ତ୍ତମାନ ପାଇଁ ଏହା କେବଳ ଏକ୍ସିସ୍ ବ୍ୟାଙ୍କର ଭିସା ଏବଂ ମାଷ୍ଟରକାର୍ଡ କ୍ରେଡିଟ୍ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14385
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14340
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15953
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14437
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ

    15573
    Oct 01, 2026
  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ

    15023
    Sep 30, 2026
  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’

    14786
    Sep 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In