ଚଢଉ କରି ୬ ଘଣ୍ଟା ହଟହଟା ହେଲେ ଅବକାରୀ କର୍ମଚାରୀ, ମଦ ଗ୍ଲାସ ଧରାଇଦେଲେ ଗ୍ରାମବାସୀ

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଡିମିରିଆ ଗ୍ରାମରେ ମଦ ଭାଟି କର୍ମଚାରୀଙ୍କୁ ଧରି ଅବକାରୀ ଅଧିକାରୀ ଚଢାଉ କରିବା ଏବଂ ଲୋକଙ୍କୁ ଧମକ ଚମକ ଦେବା ମହଙ୍ଗା ପଡ଼ିଛି । ଦୀର୍ଘ ୬ଘଣ୍ଟା ହଟ ହଟା ହେବାପରେ ପୁଲିସ୍ ଅବକାରୀ ଅଧିକାରୀଙ୍କୁ ଉଦ୍ଧାର କରିଛି ।
ଘଟଣା ଅନୁଯାୟୀ, ଆଜି ଭୋରୁ ସମୟରେ ଗୋଟିଏ କାର ଏବଂ ଗୋଟିଏ ବୋଲେରୋ ଗାଡ଼ିରେ ସ୍ଥାନୀୟ ଅବକାରୀ ଅଧିକାରୀ ଶରତ ଚନ୍ଦ୍ର ବାରିକ୍, ଭାଟି କର୍ମଚାରୀ କାଳିଆ ସାହୁ (୫୫) ଏବଂ ଜଣେ ମହିଳା ଓ ପୁରୁଷ କର୍ମଚାରୀ ଉକ୍ତ ଗ୍ରାମର ମୁଣ୍ଡା ସାହିରେ ଯାଇ ପହଞ୍ଚି ଥିଲେ । ସେମାନଙ୍କ ସହିତ କିଛି ଯୁବକ ମଧ୍ୟ ବାଡ଼ି ଠେଙ୍ଗା ଧରି ପହଞ୍ଚି ଥିଲେ । ଅବକାରୀ ଅଧିକାରୀ ଶ୍ରୀ ବାରିକ୍ ଗ୍ରାମର ଜିତେନ୍ଦ୍ର ବଦ୍ରା ଓ ଆଉ କେତେକଙ୍କ ଘରକୁ ଯାଇ ତମେ କାହିଁକି ଅଲଗା ଜାଗାରୁ ଦେଶୀ ମଦ ଆଣି ବିକ୍ରି କରୁଛ , ଆମ ଭାଟିରୁ ଆଣି ମଦ ବିକ୍ରି କର ନହେଲେ ଜେଲ ପଠେଇ ଦେବୀ କହି ନାଲି ଆଖି ଦେଖାଇ ଥିଲେ । ଏହା ସହିତ କେତେକ ଙ୍କ ଠାରୁ ସାଧା କାଗଜ ରେ ଟିପ ଚିହ୍ନ ଆଣି ଭାଟି ମଦ ବିକ୍ରି କରିବାକୁ ଧମକ ଦେଇଥିଲେ । ଏହି ଘଟଣା ଜଣା ପଡ଼ିବା ପରେ ଗ୍ରାମବାସୀ ଏକତ୍ରିତ ହୋଇ ସେମାନଙ୍କୁ ଅଟକ ରଖିଥିଲେ । ଉଭୟଙ୍କ ମଧ୍ୟରେ ଝଗଡା ବଢୁଥିବା ଦେଖି ଯୁବକଙ୍କ ସମେତ ଗାଡ଼ି ଦୁଇଟି ଚମ୍ପଟ ମାରିଥିଲା ।
ଗୋଟିଏ ଗାଡ଼ିରେ ଅବକାରୀ କର୍ମଚାରୀଙ୍କ ସମେତ ଭାଟି କର୍ମଚାରୀ ଯାଇଥିବା ବେଳେ ଅନ୍ୟ ଏକ ଗାଡ଼ିରେ ସ୍ଥାନୀୟ କୁଚିଆ ମାନଙ୍କୁ ମଦ ଦେବା ପାଇଁ ଶ୍ରୀ ବାରିକ୍ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ସେଠାରୁ କିଛି ମଦ ଗ୍ରାମବାସୀ ଉଦ୍ଧାର କରି ସେମାନଙ୍କ ବେକରେ ମାଳ ଓ ହାତରେ ଗ୍ଲାସ୍ ଧରାଇ ଥିବା ଜଣା ପଡିଛି ।
ଅନ୍ୟପଟେ ଅବକାରୀ ଅଧିକାରୀ ଶ୍ରୀ ବାରିକ୍ ଏହା ଏକ ଭୁଲ ବୁଝା ମଣା ବୋଲି କହି ଦୋଷ ଛିଣ୍ଡାଇ ବାକୁ ଚେଷ୍ଟା କରିଛନ୍ତି । ଏ ସମ୍ବନ୍ଧରେ ଜିଲ୍ଳା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିକଟରେ ଅଭିଯୋଗ ହୋଇଛି । ସେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

Powered by Froala Editor