ସ୍ୱତନ୍ତ୍ର ଓଜେଇ ଆବେଦନକୁ ନେଇ ଏହି ଖବର ଜାଣନ୍ତୁ କ’ଣ

ଭୁବନେଶ୍ୱର : ବି.ଟେକ୍, ଏଲଇ-ଟେକ୍ (ଡିପ୍ଲୋମା), ଏଲଇ-ଟେକ୍ (ବି.ଏସସି), ଏମବିଏ, ଏମସିଏ, ବି.ଫାର୍ମା, ଏମ୍ ଫାର୍ମା ପରି ପାଠ୍ୟକ୍ରମରେ ନାମଲେଖା ଲାଗି ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦ୍ୱିତୀୟ ତଥା ସ୍ୱତନ୍ତ୍ର ଓଜେଇ କରାଯିବ । କମ୍ପୁ୍ୟଟର ବେସଡ ଟେଷ୍ଟ ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷାର ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି । ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଆଜି ଶେଷ ହେଉଥିଲା । ମାତ୍ର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆବେଦନ ସମୟସୀମାକୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।
ଆଗ୍ରହୀ ଛାତ୍ରଛାତ୍ରୀ ମାଧ୍ୟମରେ ଆବେଦନ କରିପାରିବେ । ଫି’ ଦାଖଲ କରିବାର ଶେଷ ଅବଧି ଅଗଷ୍ଟ ୧୬ ରାତି ୧୦ଟା ରଖାଯାଇଛି । ଫର୍ମ ପୂରଣ କରିବା ପୂର୍ବରୁ ଇନଫର୍ମେସନ୍ ବ୍ରୋସିୟରକୁ ଭଲ ଭାବେ ପଢିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଜେଇଇ ମେନ୍ ୨୦୨୨ ଓ ଓଜେଇଇ ୨୦୨୨ରେ ଭାଗନେଇ ର୍ୟାଙ୍କ ପାଇଥିବା ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଓଜେଇଇରେ ଭାଗ ନେବାର ଆବଶ୍ୟକତା ନାହିଁ । ଏହି ପ୍ରବେଶକା ପରୀକ୍ଷାରେ ଯେଉଁମାନେ ର୍ୟାଙ୍କ ପାଇବେ, ସେମାନେ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲି ସିଟ୍ ଲାଗି ଆଲଟ୍ ହେବେ ।
Powered by Froala Editor