ସ୍ପଷ୍ଟ କଲେ ଦିଲ୍ଲୀ ହାଇକୋର୍ଟ : ସ୍ମୃତି ଇରାନୀ କିମ୍ବା ତାଙ୍କ ଝିଅ କୌଣସି ହୋଟେଲର ମାଲିକ ନୁହନ୍ତି
କେନ୍ଦ୍ରମନ୍ତ୍ରୀ ସ୍ମୃତ ଇରାନୀ କିମ୍ବା ତାଙ୍କ ଝିଅ ଜୋଈଶ ଗୋଆରେ ଥିବା ରେଷ୍ଟୁରାଣ୍ଟର ମାଲିକ ନୁହନ୍ତି। ସେମାନଙ୍କ ନାଁରେ କୌଣସି ପ୍ରକାରର ଲାଇସେନ୍ସ ଜାରି କରାଯାଇ ନଥିବା ଆଜି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ବାର୍ ଚଳାଉଥିବା ନେଇ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା। ଏହାକୁ ବିରୋଧ କରି ସ୍ମୃତି ଇରାନୀ ଦୁଇ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଥିବା ବେଳେ ଆଜି ଏନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଅଦାଲତ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ତାଙ୍କ ଝିଅ (ଜୋଇଶ ଇରାନୀ) ଗୋଆରେ ଥିବା ‘ସିଲି ସୋଲ୍ସ କାଫେ ଆଣ୍ଡ ବାର୍’ର ମାଲିକ ନୁହଁନ୍ତି। କିମ୍ବା ସେହି ବାର୍ ପାଇଁ ସେ କୌଣସି ଲାଇସେନ୍ସ ପାଇଁ କେବେ ଆବେଦନ କରିନାହାଁନ୍ତି। ଜୁଲାଇ ୨୯ରେ ହାଇକୋର୍ଟ ଶୁଣାଣି କରିଥିବା ବେଳେ ସବିଶେଷ ଅର୍ଡର ଏବେ ସାମ୍ନାକୁ ଆସିଛି। ରେଷ୍ଟରାଣ୍ଟ କିମ୍ବା ଏହାର ଜମିର ମାଲିକାନା ସ୍ମୃତି ଇରାନୀ ଓ ତାଙ୍କ ଝିଅଙ୍କ ନାଁରେ ନଥିବା କୋର୍ଟ ସ୍ପଷ୍ଟ କରିଛନ୍ତି।
କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଓ ନେଟ୍ଟା ଡି’ସୁଜା ଅନ୍ୟ କିଛି ଲୋକଙ୍କ ସହ ମିଶି ଏଭଳି ମିଛ ଖବରର ପ୍ରଚାର କରିଛନ୍ତି। ଏଭଳି କରି ସ୍ମୃତି ଇରାନୀଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଇଛି। କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଓ ନେଟ୍ଟା ଡି’ସୁଜାଙ୍କୁ ସମନ ଜାରି କରି ଆଗାମୀ ଶୁଣାଣି ସମୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଉଛି। ତେଣୁ ଆଗାମୀ ଶୁଣାଣି ଅଗଷ୍ଟ ୧୮ରେ ହେବ ବୋଲି ଜଣାପଡ଼ିଛି।

Powered by Froala Editor