ଇଡି ଚଢ଼ଉରେ ରାଗିଗଲେ ସାଂସଦ, କହିଲେ ‘ମରିବି ପଛେ ଆତ୍ମସମର୍ପଣ କରିବିନି’
ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍ ଚଢ଼ାଉ କରିବା ପରେ ସାଂସଦ ସଞ୍ଜୟ ରାଉତ କହିଛନ୍ତି ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ। ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଇଡି ସଞ୍ଜୟ ରାଉତଙ୍କୁ ପଚରାଉଚରା କରିବା ବେଳେ ଏଭଳି କିଛି ବୟାନ ଦେଇଛନ୍ତି ସାଂସଦ।
ମରାଠୀ ଭାଷାରେ ଟୁଇଟ୍ କରି ସଞ୍ଜୟ ଲେଖିଛନ୍ତି: ଦୁର୍ନୀତି ବ୍ୟାପାରରେ ମୋର ସମ୍ପୃକ୍ତି ନାହିଁ। ‘ଶିବସେନା’ ମୁଖ୍ୟ ବାଲାସାହେବ ଠାକ୍ରେଙ୍କ ରାଣ ଖାଇ ମୁଁ ଏକଥା କହୁଛି। ବାଲାସାହେବ ଆମକୁ ସଂଗ୍ରାମ କରିବା ଶିଖାଇଥିଲେ। ମୁଁ ‘ଶିବସେନା’ ପାଇଁ ଲଢ଼ିବି। ଅକାରଣ କାର୍ଯ୍ୟାନୁଷ୍ଠାନ। ମିଥ୍ୟା ପ୍ରମାଣ। ମୁଁ ‘ଶିବସେନା’ ଛାଡ଼ିବି ନାହିଁ। ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ। ଜୟ ମହାରାଷ୍ଟ୍ର।
ଜୁଲାଇ ୨୦ ଏବଂ ଜୁଲାଇ ୨୭ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ଆସିଥିବା ସମନ୍ ଏଡ଼ାଇବା ପରେ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତକାରୀ ଟିମ୍ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ। ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସେଠାରେ ସାଂସଦଙ୍କୁ ଇଡି ୩ ଘଣ୍ଟା ଧରି ଜେରା କରିଥିଲା। ତେବେ ଇଡିର ଏପରି କାର୍ଯ୍ୟକୁ ବିରୋଧ କରି ରାଗିଯାଇଥିଲେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ।
ସେପଟେ ଶିବସେନାର ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ଘନିଷ୍ଠ ସହଯୋଗୀ ରାଉତ କୌଣସି ଦୁର୍ନୀତି କରିନାହାନ୍ତି ବୋଲି କହିବା ସହ ଉପରୋକ୍ତ ଚଢ଼ାଉ ରାଜନୈତିକ ପ୍ରତିଶୋଧ ପ୍ରଣୋଦିତ ବୋଲି କହିଛନ୍ତି।
ଅନ୍ୟପଟେ ବିଜେପି ସାଂସଦ ରାମ କଦମ ପଚାରିଛନ୍ତି ଯେ, ‘ଶିବସେନା’ ନେତା କାହିଁକି ସମନ୍ ଏଡ଼ାଉଛନ୍ତି? ଯଦି ସେ ନିର୍ଦୋଷ ତେବେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଭୟ କରୁଛନ୍ତି କାହିଁକି ବୋଲି ପ୍ରଶ୍ନ ପଚାରିଛନ୍ତି।

Powered by Froala Editor