କାଳବୈଶାଖୀ ବର୍ଷା :୧୩ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ସ୍ଥିତି ଜାରୀ ରହିଛି । ଗତ ୨୪ ଘଣ୍ଟାରେ ବଲାଙ୍ଗୀର, ପାଟଣାଗଡ, କଳାହାଣ୍ଡିରେ ଅଧିକ ବର୍ଷା ରେକର୍ଡ ହୋଇଛି । ତେବେ ଆସନ୍ତା ୨୪ ଘଣ୍ଟାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରୀ କଲା ଆଞ୍ଚଳିକ ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ହେଲା , ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ମାଲକାନଗିରି, ରାୟଗଡା, କୋରାପୁଟ, କନ୍ଧମାଳ, ଗଜପତି, କେଉଁଝର, ମୟୂରଭଞ୍ଜ । ସେହିପରି ସହ ଘଡଘଡି ସହ ବର୍ଷା ନେଇ ନୂଆପଡା , ନବରଙ୍ଗପୁର ଓ କଳାହାଣ୍ଡି ୩ ଜିଲ୍ଲା ପାଇଁ ସତର୍କ ସୂଚନା ଜାରୀ ହୋଇଛି । ସେହିପରି ୨୪ ଘଣ୍ଟା ପରେ ଉପକୂଳ ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।
Powered by Froala Editor