ଝିଅ ବାହଘର ପୂର୍ବରୁ ଚାଲିଗଲା ବାପାଙ୍କ ଜୀବନ

ଅନୁଗୁଳ: ଝିଅ ବାହଘର ପୂର୍ବରୁ ବାପାଙ୍କ ପ୍ରାଣ ଚାଲିିଯାଇଛି । ଏଥିପାଇଁ ପରିବାରରେ ଶୋକର ଛାୟା ଖେଳିଯାଇଛି । ଆଉମାତ୍ର କିଛି ଘଣ୍ଟା ପରେ ଝିଅର ବାହାଘର ହୋଇଥାନ୍ତା । କିନ୍ତୁ ତା’ପୂର୍ବରୁ ବାପାଙ୍କ ମୃତଦେହ ମିଳିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଅଣ୍ଡପା ଥାନା ଅଂଚଳରେ ।
ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ପର୍ଶୁମାଳ ଗାଁ’ର ସୁରଥ ବେହେରାଙ୍କ ଝିଅ ବାହାଘର ହେବାର ଥିଲା । ସୁରଥ ଆଜି ସକାଳୁ ଘରୁ କେଉଁଆଡେ ଚାଲିଯାଇଥିଲେ । ଖୋଜାଖୋଜି କରିବା ପରେ ଘରୁ ୩ କିଲୋମିଟର ଦୂର ଗଦେଇମୁଣ୍ଡା ନିକଟ ରେଳଲାଇନରୁ ତାଙ୍କ ମୃତ ଦେହ ମିଳିଛି । ଗତ କିଛି ଦିନ ଧରି ସୁରଥ ମାନସିକ ଦୁଃଶ୍ଚିନ୍ତାରେ ଥିଲେ । ତେବେ ତାଙ୍କର ଆର୍ଥିକ ଅଭାବ ମଧ୍ୟ ଥିଲା । ଏଥିପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ନା ଦୁର୍ଘଟଣା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନାହିଁ । ଏଭଳି ଘଟଣା ଘଟିଥିବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ତାଙ୍କ ମୃତୁ୍ୟ କିପରି ହେଲା, ସେ ନେଇ ପୋଲିସ୍ ଖୋଳତାଡ ଆରମ୍ଭ କରିଛି ।
Powered by Froala Editor