ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା

ଫୁଲବାଣୀ: ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ରୁଜାଙ୍ଗି ହାଇସ୍କୁଲ ପରୀକ୍ଷା ସେଣ୍ଟରରେ ଆଜି ପରୀକ୍ଷା ଦେଇଛନ୍ତି। ସେ ପୂର୍ବରୁ ଫୁଲବାଣୀ ଏଜେଓ ହାଇସ୍କୁଲରେ ପାଠ ପଢୁଥିଲେ। ତେବେ ପାରିବାରିକ ଓ ଆର୍ଥିକ ସମସ୍ୟା କାରଣରୁ ମାଟ୍ରିକ ପରୀକ୍ଷା ଦେଇପାରି ନଥିଲେ। ପରେ ରାଜନୀତିରେ ସାମିଲ ହୋଇ ବିଭିନ୍ନ ପଦ ପଦବୀରେ ରହି ବ୍ୟସ୍ତତା ଭିତରେ ଇଚ୍ଛା ଥିଲେ ମଧ୍ୟ ମାଟ୍ରିକ ପରୀକ୍ଷା ଆଉ ଦେଇପାରି ନଥିଲେ। ତେବେ ବୟସ୍କ ଲୋକମାନେ ପରୀକ୍ଷା ଦେଉଥିବା ଦେଖି ବର୍ତମାନ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ବିଧାୟକ ଅଙ୍ଗଦ କହଁର। ଆଜି ପରୀକ୍ଷା ଆରମ୍ଭ ହେଉଥିବାରୁ ସକାଳୁ ସକାଳୁ ବିଧାୟକ ରୁଜାଙ୍ଗି ପରୀକ୍ଷା ସେଣ୍ଟରରେ ପହଞ୍ଚି ଭିତରକୁ ପ୍ରବେଶ କରିଥିଲେ। ତାଙ୍କୁ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ନିୟମ ପ୍ରକାରେ ଚେକିଂ କରିବା ପରେ ଭିତରକୁ ଛାଡିଥିଲେ।
Powered by Froala Editor