ଗୋଷ୍ଠୀ ସଂଘର୍ଷ, ସରପଞ୍ଚ ଗୁରୁତର
ନିଆଳି: ଗତକିଛି ଦିନ ହେବ ସରିଛି ପଂଚାୟତ ନିର୍ବାଚନ । କିନ୍ତୁ ଏଯାଏ ସରିନି ରାଜନୈତିକ ଗଣ୍ଡଗୋଳ । ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଥିଲା । ତେବେ ନର୍ବାଚନ ପରେ ବି ଏବେ ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି ।
ଗୋଷ୍ଠୀ ସଂଘର୍ଷରେ ନବନିର୍ବାଚିତ ସରପଞ୍ଚଙ୍କ ସହ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏକବେରୁହାଁ ପଂଚାୟତରେ । ସୂଚନା ଅନୁସାରେ ରାଜନୈତିକ ଶତ୍ରୁତାରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମରଣାସ୍ତ୍ରରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ସରପଞ୍ଚଙ୍କ ସମେତ ୨ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଆଉ ୨ଜଣଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇ ଚିକିସôା କରାଯାଉଛି ।
Powered by Froala Editor