ଆଳ ଦେଖାଇ ନିନ୍ଦା କଲେ କାହାକୁ ମନା କରି ହେବନି: ମୁନା ଖାଁ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ଆଜି ସକାଳୁ ବେଶ୍ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି, ସେଥିପାଇଁ ଏପରି ଭୟଭୀତ ହୋଇ ପୁରୀକୁ ବାଟ ଛାଡ଼ୁ ନ ଥିବା ସାଂସଦ କହିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ବିଜେଡି ସାଂସଦ ମୁନା ଖାଁ ।
ମୁନା ଖାଁଙ୍କ କହିବାନୁଯାୟୀ, ପୁରୀରେ କୌଣସି ବେଆଇନ କାର୍ୟ୍ୟ ହୋଇନି, ଯାହା ହୋଇଛି ନିୟମ ଅନୁସାରେ ହୋଇଛି । ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ବିକାଶ ମୂଳକ କାର୍ୟ୍ୟକ୍ରମ କରୁଛନ୍ତି ସରକାର । ବିଭିନ୍ନ ଆଳ ଦେଖାଇ ନିନ୍ଦା କଲେ କାହାକୁ ମନା କରି ହେବନି । ଘଟଣାକୁ ନେଇ ରାଜନୀତିକରଣ କରାଯାଉଛି ।
ଏଥିସହ ପୁରୀ ଯାଉଥିବା ସାଂସଦଙ୍କୁ ବାଟରେ କାହିଁକି ଅଟକାଗଲା ପ୍ରଶ୍ନର ଉତ୍ତରରେ, ଯଦି ପ୍ରଶାସନ କୌଣସି କାରଣ ଯୋଗୁ ଅନୁମତି ଦେଇ ନାହାନ୍ତି ଜବରଦସ୍ତି କିଛି କରିବା ଉଚିତ ହେବନି । ଲୋକ ଦେଖାଣିଆ କାମ କରିବା ଉଚିତ ନୁହେଁ । ଆଇନଶୃଙ୍ଖଳା ସ୍ଥିତି ବି ଥାଇପାରେ । ରାଲି ପାଇଁ ନିୟମ କାନୁନ ରହିଛି । ସେ କଥା ବୁଝିବା ଦରକାର । ଦର୍ଶନ କରିବା ପାଇଁ କାହାକୁ ମନା ନାହିଁ । ସରକାରଙ୍କ କାମକୁ ସ୍ଥାନୀୟ ବିଧାୟକ, ଗଜପତି ବି ସମର୍ଥନ କରୁଥିବା ବେଳେ ଘଟଣାକୁ ରାଜନୀତିକରଣ କରାଯାଉଛି ବୋଲି କହିଛନ୍ତି ସାଂସଦ ମୁନା ଖାଁ ।
Powered by Froala Editor