ଦରମା ପାଇଁ ଶିକ୍ଷାଧିକାରୀଙ୍କୁ ଆକ୍ରମଣ

ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କ ସ୍ଵାମୀ ଶିକ୍ଷା ଅଧିକାରୀ ବୀନିତା ସେନାପତିଙ୍କୁ ଆକ୍ରମଣ କରିଥିବା ସୂଚନା ମଳିଛି । ଉକ୍ତ ଆକ୍ରମଣରେ ଅଧିକାରୀଙ୍କ ନାକରୁ ରକ୍ତସ୍ରାବ ହେଉଛି । ଚିକିତ୍ସା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଜଣଙ୍କ ବଡ଼ ମେଡିକାଲରେ ପହଞ୍ଚିଥିବା ଜଣାପଡ଼ିଛି ।
ସରକାରୀ କାର୍ଯ୍ୟାଳୟରେ ପଶି ଡିଇଓଙ୍କୁ ଆକ୍ରମଣ କରିଛନ୍ତି ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ସୁମନ । ସୁମନ, ଡିଇଓଙ୍କୁ ଆକ୍ରମଣ କରିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଅନୁସାରେ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ହୋଇ ଯାଇଥିବା ଅଭିଯୋଗ କରି ସେ ଗତ ଡିସେମ୍ବର ମାସରୁ ଧାରଣାରେ ବସିଥିଲେ । ଆଜି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ଯିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲେ ସୁମନ ।
Powered by Froala Editor