ବିଷାକ୍ତ ଖାଦ୍ୟ ଖାଇ ଚାଲିଗଲା ଭାଇ ଭଉଣୀଙ୍କ ପ୍ରାଣ
ଖଲ୍ଲିକୋଟ: ବିଷାକ୍ତ ଖାଦ୍ୟ ଖାଇ ଭାଇ, ଭଉଣୀଙ୍କ ପ୍ରାଣ ଚାଲିଯାଇଛି । ଏହା ସହିତ ମା’ଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ରମ୍ଭା ଥାନା ଗଡଗୁମା ଗ୍ରାମରେ । ମୃତ ଭାଇର ବୟସ ୨ ବର୍ଷ ଓ ଭଉଣୀର ବୟସ ୪ ବର୍ଷ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଗତକାଲି ରାତିରେ ଖାଦ୍ୟ ଖାଇବା ପରେ ସମସ୍ତଙ୍କ ବାନ୍ତି ହୋଇଥିଲା । ଏହାପରେ ସଙ୍ଗେସଙ୍ଗେ ୩ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତଖାନରେ ଚିକିତ୍ସା ପରେ ୩ଜଣ ଘରକୁ ଫେରିଥିଲେ । କିନ୍ତୁ ଆଜି ସକାଳୁ ପୁଣି ଭାଇ, ଭଉଣୀ ଓ ମା’ଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ସେମାନଙ୍କୁ ତୁରନ୍ତ ଡାକ୍ତଖାନା ନିଆଯାଇଥିଲା । ସେଠାରେ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ମା’ଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor