ବଡ଼ ଖବର: ନିରବଚ୍ଛିନ୍ନ ବିଜଳି ଯୋଗାଣ ନିଦେ୍ର୍ଧଶ ଦେଲେ ମୁଖ୍ୟ ସଚିବ

ଭୁବନେଶ୍ୱର: ଏବେ ଡହଡହ ଖରାକୁ ବିଦୁ୍ୟତ କାଟ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟରେ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି ।
ବିଦୁ୍ୟତକାଟ ଜନିତ ସମସ୍ୟା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିଦେ୍ର୍ଧଶ ଦେଇଛନ୍ତି । ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ବିଦୁ୍ୟତ ଯୋଗାଣ ନିଶ୍ଚିତ କରିବାକୁ ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି । ହିଟୱେଭ ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ବିଦୁ୍ୟତ ବିତରଣ କମ୍ପାନୀଗୁଡ଼ିକୁ ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଦୁ୍ୟତ ଯୋଗାଣରେ ଯାହା ବି ସମସ୍ୟା ରହିଛି ତାହା ସାମୟିକ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ବିଦୁ୍ୟତ ଚାହିଦା ବଢୁଛି । ପିକ ସମୟରେ ୧୦ ପ୍ରତିଶତ ଅଧିକ ବିଦୁ୍ୟତ ଚାହିଦା ରହୁଛି । ଦିନ ବେଳା ବିଦୁ୍ୟତ ଯୋଗାଣରେ କୌଣସି ଅସୁବିଧା ନହେଉ ବୋଲି କହି ସବୁ ବିଦୁ୍ୟତ ଉପôାଦନକାରୀ ସଂସ୍ଥାକୁ କୋଇଲା ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor