ସାଂସ୍କୃତିକ ଜଗତ ପ୍ରତି ଧକ୍କା :ବୈଜୟନ୍ତ

ଭୁବନେଶ୍ବର: ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସଂଗୀତଜ୍ଞ, ଗୀତିକାର, ଲେଖକ, ସ୍ତମ୍ଭକାର ପ୍ରଫୁଲ୍ଲ କର ଆଉ ନାହାନ୍ତି। ସତ୍ୟନଗରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ୮୩ ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। କିନ୍ତୁ ପରିଣତ ବୟସ ପର୍ୟ୍ୟନ୍ତ ସେ ସଂଗୀତ ସାଧନାରେ ବ୍ରତୀ ଥିଲେ। ତାଙ୍କ ମୃତ୍ୟୁ ସାଂସ୍କୃତିକ ଜଗତ ପ୍ରତି ଧକ୍କା ବୋଲି ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରି କହିଛନ୍ତି। ଏ ସଂକ୍ରାନ୍ତରେ ଶୋକ ବ୍ୟକ୍ତ କରି ବିଶିଷ୍ଟ ବିଜେପି ନେତା ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଓଡ଼ିଆ ସଂଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି। ସୁପ୍ରସିଦ୍ଧ କଣ୍ଠଶିଳ୍ପୀ, ବିଶିଷ୍ଟ ସଂଗୀତକାର, ଗାଳ୍ପିକ ତଥା ସ୍ତମ୍ଭକାର, କମଳ ଦେଶର ରାଜକୁମାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କହିଛନ୍ତି।
Powered by Froala Editor