ଏହି ଭୁଲ ଯୋଗୁଁ ପତଳା ହେଉଛି ଆପଣଙ୍କ କେଶ

ପ୍ରତ୍ୟେକ ଲୋକ ଚାହାଁନ୍ତି ସେମାନଙ୍କ କେଶ ଲମ୍ବା, ଘନ ହେଉ। କିନ୍ତୁ ଆଜିକାଲି କେଶ ପତଳା ହେବା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଅନେକ ଲୋକ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ହେଲେ ବାସ୍ତବରେ, କେଉଁ କାରଣ ଯୋଗୁ ସେମାନଙ୍କ କେଶ ଝଡ଼ୁଛି, କେଶ ପତଳା ହେଉଛି, ତାହା ସେମାନଙ୍କୁ ଜଣା ନ ଥାଏ। ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ବିଷୟରେ କହିବୁ।
-ହେୟାର ପ୍ରଡକ୍ଟ ବ୍ୟବହାର ଦ୍ୱାରା କେଶ ଖରାପ ହୋଇପାରେ। ଆଜିକାଲି ମହିଳାମାନେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରୁଛନ୍ତି, ଯେଉଁ କାରଣରୁ ନା କେବଳ କେଶ ଖରାପ ହୋଇଥାଏ, ବରଂ ଏହା ପତଳା ହେବା ସହିତ ଝଡ଼ିବା ମଧ୍ୟ ଆରମ୍ଭ କରିଥାଏ।
-ଅଧିକ ମାତ୍ରାରେ ସାମ୍ପୁ ବ୍ୟବହାର କଲେ ମଧ୍ୟ କେଶ ପତଳା ହୋଇପାରେ। କାରଣ, ସାମ୍ପୁରେ କେମିକାଲ ମିଶିଥାଏ। ତେଣୁ ଯଦି ଆମେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିବା, ତ କେଶ ଝଡ଼ିବା ଆରମ୍ଭ ହୋଇଯିବ।
-ମହିଳାମାନେ ଖରା ଖାଇବା ଉଚିତ୍। କିନ୍ତୁ ଉଚିତ୍ ମାତ୍ରାରେ ଖରା ନ ଖାଇବା କାରଣରୁ ଶରୀରରେ ଭିଟାମିନ ଡିର ଅଭାବ ଦେଖା ଦେଇଥାଏ। ଆଉ ଏହି କାରଣରୁ କେଶ ଝଡ଼ି ପତଳା ହେବାକୁ ଲାଗିଥାଏ।
-ଯେତେବେଳେ ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ରୁହେ, ସେତେବେଳେ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ। ଅନେକ ଲୋକ ନିଜ ଓଜନ ବୃଦ୍ଧିକୁ ନେଇ ସଚେତନ ଥାଆନ୍ତି। ତେଣୁ ସେମାନେ ନିଜ ଡାଏଟ୍ରେ ଜରୁରୀ ପୋଷକ ତତ୍ତ୍ୱକୁ ବାହାର କରି ଦିଅନ୍ତି। ଯଦି ଖାଦ୍ୟରେ ଆବଶ୍ୟକ ମାତ୍ରାରେ ପୋଷକ ତତ୍ତ୍ୱ ନ ରୁହେ, ତ ଏହାର ସିଧା ପ୍ରଭାବ କେଶ ଉପରେ ପଡ଼ିଥାଏ ଏବଂ କେଶ ପତଳା ହେବା ସମସ୍ୟା ଦେଖା ଦେଇଥାଏ।
Powered by Froala Editor